ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ରାୟଗଡ ବିଜେଡି ପକ୍ଷରୁ ବୈଠକ ଅନୁଷ୍ଠିତ
ରାୟଗଡ( ସ୍ୱ ପ୍ର )ମାର୍ଚ୍ଚ ୫ ରେ ମହାନ ଜନନାୟକ ବିଜୁ ପଟନାୟିକ ଙ୍କ ଜନ୍ମ ଜୟନ୍ତୀକୁ ଭବ୍ୟ ଭାବେ ପାଳନ କରିବା ପାଇଁ ରାଜ୍ୟ ର ସମସ୍ତ ଜ଼ିଲ୍ଲା ବିଜେଡି ସଭାପତି ଓ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଙ୍କୁ ରାଜ୍ୟ ବିଜେଡି ନେତା ଙ୍କୁ ଅବଗତ କରାଯାଇଥିଲା l ଏହି କ୍ରମରେ 03.03.2026 ରେ ରାୟଗଡ ବିଜୁ ଜନତା ଦଳ , ରାୟଗଡ଼ା ପକ୍ଷରୁ ପ୍ରସ୍ତୁତି ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ଆଇନ ବିଭାଗ ଜଗନ୍ନାଥ ସାରକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l 5 ତାରିଖ ଦିନ ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଉପରେ ଶ୍ରଦ୍ଧା ସୁମନ ଅର୍ପଣ ସହିତ ଦେଶାତ୍ମକ ବୋଧ ଗାନ କରିବା ସମୃଦ୍ଧ ଓଡିଶା ଗଠନ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ସାଙ୍ଗ କୁ ମେଡିକାଲ ଓ ବୃଦ୍ଧାଶ୍ରମ ରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ହେବ ବୋଲି ବୈଠକ ରେ ନିଷ୍ପତି ହୋଇଥିବା ଜ଼ିଲ୍ଲା ସଭାପତି ଜଗନ୍ନାଥ ଜଣାଇଛନ୍ତି l ଜ଼ିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ଜୟନ୍ତୀ ଅବସୋର ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କିର୍ତ୍ତୀ କୁ ସ୍ମରଣ କରିବା ସହିତ ବିଜେଡିର ନେତା ଓ କର୍ମୀ ମାନେ ସେବାରେ ବ୍ରତୀହେବେ ସଂକଳ୍ପ ନେବେ ବୋଲି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ କହିଛନ୍ତି l
ଏହି ପ୍ରସ୍ତୁତି ବୈଠକ ରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ସରସ୍ବତୀ ମାଝୀ, ରାଜ୍ୟ ମହିଳା ସମ୍ପାଦିକା ଶୁଭ୍ରା ପଣ୍ଡା, ରାୟଗଡ ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର, ଜ଼ିଲ୍ଲା ବିଜେଡି ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ, ରାଜ୍ୟ ୟୁବ ଜନତା ଦଳ ର ବିନାୟକ ପୋଲାଈ, ଜ଼ିଲ୍ଲା ଛାତ୍ର ଜନତା ଦଳ ସଭାପତି ଉଦୟ ହିମିରିକା ଙ୍କ ସମତେ ବହୁ ବିଜେଡି ନେତା ଉପସ୍ଥିତ ରାରହିଥିବା ର ଦେଖିବାକୁ ମିଳିଥିଲା l ଦୀର୍ଘ 24 ବର୍ଷ ଧରି ଯେଉଁମାନେ ବିଜୁ ବାବୁ ଙ୍କ ଅନୁଗତ କହିଆସୁଥିଲେ କିନ୍ତୁ ସେମିତି କିଛି ବିଜୁ ବାବୁ ଙ୍କ ପାଇଁ କରିନାହାନ୍ତି କିନ୍ତୁ ଆମେ ଆଗାମୀ ଦିନ ରେ ବିଜୁ ବାବୁଙ୍କ କଣ କରିବୁ ତାହା ଜ଼ିଲ୍ଲା ବାସୀ ଜାଣିବେ ଏଥିରେ କୌଣସି ବିଜୁ ସ୍ୱାଭିମାନ ମଞ୍ଚ ଅଟକାଇ ପାରିବ ନାହିଁ ବୋଲି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ନେତା କର୍ମୀ ମାନେ ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ର ଶୁଣିବାକୁ ମିଳିଥିଲା lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
