ମହେନ୍ଦ୍ରଗିରିରେ ଭାଙ୍ଗରୁଜା, ଏକ ପାଖିଆ ନିଷ୍ପତ୍ତି କୁ ବିରୋଧ, ପ୍ରତିବାଦ କଲେ ସ୍ଥାନୀୟ ଅଧିବାସୀ ।ଗଜପତି,୧.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ମହେନ୍ଦ୍ରଗିରି ଏବେ ଅଶାନ୍ତ ହୋଇପଡିଛି। ଶନିବାର ଅପରାହ୍ନରେ କିଛି ସ୍ଥାନୀୟ ଅଧିବାସୀ ମାନେ କୁନ୍ତୀ ମନ୍ଦିର ନିକଟରେ ଥିବା ଆଶ୍ରମ ରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି l ସେମାନଙ୍କ ଆକ୍ରମଣ ରେ ସେଠାରେ ବସବାସ କରୁଥିବା ଜଣେ ବାବା ମଧ୍ୟ ଆହତ ହୋଇଥିବା ଜଣାପଡିଛି । ପର୍ଯ୍ୟଟକଙ୍କ ନିମନ୍ତେ ତିଆରି ହୋଇଥିବା ଇକୋରିସର୍ଟ୍ କୁ ପାଣି ଯୋଗାଉଥିବା ପାଣି ପାଇପ୍ ସବୁ କାଟି ଦେଇଥିବା ଅଭିଯୋଗ ହୋଇଛି l ଫଳରେ ଇକୋରିସର୍ଟ୍ କୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି l ପର୍ଯଟକ ମାନେ ସମସ୍ଯାର ସମୂଖୀନ ହୋଇଛନ୍ତି । ମହାଶିବରାତ୍ରି ରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ପାଇଖାନା ସବୁ ଭାଙ୍ଗି ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ପହଂଚି ବୁଝାସୁଝା କରିଥିବା ବେଳେ । ଶାନ୍ତି ଫେରିଆ ଆଣିବା ପାଇଁ ଉଦ୍ୟମ କରାଯାଉଥିବା ଉଭୟ ପକ୍ଷକୁ ଡାକି ଥାନାରେ ବୁଝା ସୁଝା ଚାଲିଥିବା ଜଣା ପଡିଛି । ଐତିହାସିକ ପବିତ୍ର ପୈରାଣିକ ଧର୍ମ ସ୍ଥଳୀରେ ଅଶାନ୍ତ ପରିବେଶ ସୃଷ୍ଟି କରିବା ସହ ସାଧୁସନ୍ଥଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା ବେଳ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।ଅନ୍ୟ ପକ୍ଷରେ ପ୍ରଶାସନର ଏକପାଖିଆ ନିଷ୍ପତି , ଇକୋ ରିଟ୍ରିଟ୍ ନାମରେ ସଂସ୍କୃତି ଧ୍ବଂସ କରାଯାଉଛି , ପ୍ରକୃତି ନଷ୍ଟ ହେବାରେ ଲାଗିଛି। ବର୍ଷ ବର୍ଷ ଧରି ଐତିହ୍ୟ କୁ ବଞ୍ଚାଇ ରଖିଥିବା ସ୍ଥାନୀୟ ଆଦିବାସୀ ମାନଙ୍କୁ ଅଣଦେଖା କରାଯାଉଛି। ଆଦିବାସୀ ଙ୍କ ଅଭିଯୋଗକୁ ଗ୍ରହଣ କରାଯାଉନି , କୌଣସି କ୍ଷେତ୍ରରେ ତାଙ୍କରି ସମସ୍ୟା କୁ ଧ୍ୟାନ ଦିଆଯାଉନାହିଁ । ପର୍ଯ୍ୟଟକ ନାଁ ରେ ଏଠି ରାସଲୀଳା ଚାଲୁଛି ସ୍ଥାନୀୟ ଆଦିବାସୀ ସେବକମାନେ ଏହାର ପ୍ରତିବାଦ କଲେ ସେମାନଙ୍କୁ ଦୃର୍ବୁତ୍ତର ଆଖ୍ୟା ଦିଆଯାଉଛି। ଏହାକୁ କଦାପି ଗ୍ରହଣ କରାଯିବ ନାହିଁ , ଦୃଢ ପ୍ରତିବାଦ ହେବ ବୋଲି କହିଛନ୍ତି ପୁର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବାରଘର ବାସିନ୍ଦା ଧନେଶ୍ୱର ଭୁୟାଁ।
ମହେନ୍ଦ୍ରଗିରିରେ ଭାଙ୍ଗରୁଜା, ଏକ ପାଖିଆ ନିଷ୍ପତ୍ତି କୁ ବିରୋଧ, ପ୍ରତିବାଦ କଲେ ସ୍ଥାନୀୟ ଅଧିବାସୀ ।
