– ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ ।
ଗଜପତି(ମନୋଜ ପାଢ଼ୀ)-: ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ l ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ଚନ୍ଦ୍ରଗିରି ଗ୍ରାମର ଏକ ଜଙ୍ଗଲରେ ଆଜି ଏକ ହରିଣ ତାର ବାଡ଼ରେ ଫସି ଯାଇଥିଲା ପରେ ସେଠାରୁ ପହଁରି ଏକ ଶୁଖିଲା କୁଅଁରେ ପଡିଯାଇଥିଲା l ଗ୍ରାମର କିଛି ଯୁବକ ଆହତ ହରିଣକୁ ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ସ୍ଥାନୀୟ ଚନ୍ଦ୍ରଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ l ତେବେ ସେଠାରେ ତାର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତପ୍ତପାଣି ମୃଗ ବିହାରକୁ ପଠାଯିବ ବୋଲି ବନପାଳ ଗଣେଶ ପ୍ରଧାନ କହିଛନ୍ତି l
