ନାଇଟ୍ ମ୍ୟାଚ୍ ର ମଜା ନେଉଛନ୍ତି ଦର୍ଶକ ,ଅତିଥି ଭାବେ ଯୋଗଦେଲେ ସାମ୍ବାଦିକବରଗଡ଼ ରେଲୱେ ଷ୍ଟେସନ ପଡ଼ାରେ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଗ ଦେଇଥିଲେ, ସାମ୍ବାଦିକ। ବରଗଡ଼- (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେଲୱେ ଷ୍ଟେସନ ସାମ୍ନା ପଡ଼ିଆରେ ଚାରି ଦିନ ହେବ ଚାଲିଛି ନାଇଟ କ୍ରିକେଟ ମ୍ୟାଚ୍। ରେଲୱେ ଷ୍ଟେସନ ପ୍ରୀମିଅର ଲିଗ୍ ସିଜନ୍-୩ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚାଲିଥିଲା ସେମି ଫାଇନାଲ । ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ । ୧୧ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ୧୬ ତାରିଖ ଫାଇନାଲ ମୁକାବିଲା ସହ ସମାପ୍ତ ହେବ । ଶୁକ୍ରବାର ଖେଳାଯାଇଥିଲା ସେମି ଫାଇନାଲ ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ । ଥଣ୍ଡା ଲାଗୁଥିଲେ ମଧ୍ୟ ସନ୍ଧ୍ୟା ରୁ ରାତ୍ର ଦୁଇଟା ପର୍ଯ୍ୟନ୍ତ ଏହି ମ୍ୟାଚକୁ ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି । ସେମି ଫାଇନାଲ ମ୍ୟାଚ ପ୍ରଥମେ ଅଟୋ ଫାଇଟରସ ସହିତ ବିଜୟ ୱାରିଅର୍ ଓ ଏପି ବ୍ଲାଷ୍ଟଟର ସହିତ କିଙ୍ଗ କୋହିନୂର୍ ଦଳ ମଧ୍ୟରେ ଜୋରଦାର ଲଢେ଼ଇ ହୋଇଥିଲା । ଆଜିର ଏହି ସେମି ଫାଇନାଲ ମ୍ୟାଚରେ ଅତିଥି ଭାବେ ଯୋଗଦେଇଥିଲେ ଯୁବ ସାମ୍ବାଦିକ ଧ୍ରୁବ କର୍ମୀ ,ଅନନ୍ତ ମଟାରି, ଧର୍ମଦତ୍ତ ପାଢ଼ୀ । ପଡ଼ିଆକୁ ଆସି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ସାମ୍ବାଦିକ । ଆସନ୍ତା ୧୬ ତାରିଖ ରେ ଫାଇନାଲ ମ୍ୟାଚ ବେଶ ରୋଚକ ହେବା ସହ ଜୋରଦାର ହେବ ଓ ଶହଶହ ସଂଖ୍ୟାରେ ଦର୍ଶକ ବୃଦ୍ଧି ପାଇବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
Related Posts

କୋରେଇରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ।
କୋରେଇରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ୬୫୦୦ରୁ ଅଧିକ ଭୋଟରେ କଲେ ପରାଜିତ!.

ଉତ୍ତମ ସେବା ପ୍ରଦାନ ପାଇଁ ଜରଡା ଥାନା କର୍ମଚାରୀ ମାନେ ବ୍ରହ୍ମପୁର ଏସ୍ ପି ଙ୍କ ଦ୍ଵାରା ପୁରସ୍କୃତ।
ଉତ୍ତମ ସେବା ପ୍ରଦାନ ପାଇଁ ଜରଡା ଥାନା କର୍ମଚାରୀ ମାନେ ବ୍ରହ୍ମପୁର ଏସ୍ ପି ଙ୍କ ଦ୍ଵାରା ପୁରସ୍କୃତ। ଜରଡା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି,…

ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ
ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ ସେମିଳିଗୁଡା: ଆଦିବାସୀ କଳା ସଂସ୍କୃତି ବଜାଇ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତ ବିଭାଗ ମିଳିତ ଆନୁକୁଲ୍ୟରେ…