ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର । ଆର,ଉଦୟଗିରି ( ମନୋଜ କୁମାର ପାଢୀ : ତରଭୁଜ ଖାଇ ତୃଷାର୍ତ୍ତ ତୃଷା ନିବାରଣ କରୁଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ପଥଚାରୀଟିଏ ହେଉ ବା ସାଧାରଣ ଲୋକ ଟିଏ ହେଉ ତରଭୁଜ କିଣୁଥିବାର ଦେଖିବାକୁ ମିଳିଛି । ତଭୁଜରେ 92% ଜଳୀୟ ଅଂଶ ଥିବାରୁ ତରଭୁଜ ଖାଇଲେ ତୃଷା ନିବାରଣ ସାଙ୍ଗକୁ କ୍ଷୁଧା ନିବାରଣ କରିଥାଏ । ତରଭୁଜରେ ପ୍ରୋଟିନ, ଭିଟାମିନ A- B -C ,ଫାଇବର, ଆଇରନ,ପଟାସିୟମ , ଫସଫରସ ଭଳି ବିଭିନ୍ନ ପୋଷକତତ୍ତ୍ୱ ରହିଛି । ଲାଇକୋପିନ ଏକ ପଦାର୍ଥ ଏଥିରେ ଭରପୁର ମାତ୍ରାରେ ରହିଥିବାରୁ କ୍ୟାନସର ମାତ୍ରା କମାଇଥାଏ, ରକ୍ତହୀନତା ଦୂର କରିଥାଏ । ବ୍ୟବସାୟୀ ମାନେ ବିଭିନ୍ନ ଛକ ନିକଟରେ ଓ ରାସ୍ତା କଡରେ ତରଭୁଜ ବେପାର କରୁଥିବାର ଦେଖିବାକୁ ମିଳିଛି ! ଖରା ଯେତେ ବୃଦ୍ଧି ପାଇବ ରୋଜଗାର ସେତେ ଜମିବ ବୋଲି ବେପାରୀ ଆଶା ରଖିଛନ୍ତି । ଏହି ଋତୁ କାଳୀନ ବେପାରରେ ଦୁଇ ପଇସା ରୋଜଗାର କରିବା ଆଶାରେ କାଶୀନଗର ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ତରଭୁଜ ଆଣି ବିକ୍ରି କରୁଛନ୍ତି ବୋଲି କହିଛନ୍ତି । ଖରା ଯେତେ ବଢିବ , ବେପାର ସେତେ ପରିମାଣରେ ବଢିବ ବୋଲି ବେପାରୀ ପ୍ରକାଶ କରିଛନ୍ତି । ବିଶେଷ କରି ଛାତ୍ର ଛାତ୍ରୀ , ସହରକୁ ଆସୁଥିବା ପଥଚାରୀ ଓ ଗୃହଣୀ ମାନେ ତରଭୁଜ କିଣି ନେଉଛନ୍ତି । ଆଧୁନିକ ତା ରେ ହଜି ଯାଉଥିବା ମଣିଷ ମୃଦ୍ୟୁ ପାନୀୟର ଚାହିଦା ଥିବା ସତ୍ତ୍ୱେ ତରଭୁଜ ପ୍ରତି ଚାହିଦା ଜମୁଛି !
Related Posts

ଓଷ୍ଟା ସଙ୍ଘ ପକ୍ଷରୁ 5ମ ସମ୍ଭିଧାନିକ ସମ୍ବିଳନୀ,
ଓଷ୍ଟା ସଙ୍ଘ ପକ୍ଷରୁ 5ମ ସମ୍ଭିଧାନିକ ସମ୍ବିଳନୀ, ସେମିଳିଗୁଡା: ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା ) ର ୫ତ ମ ସମ୍ଭିଧାନିକ ସମ୍ବଳିନୀ ଶହୀଦ ରାଜୀବ…

Cracker explosion during Puri Chandan Yatra: Death toll rises to six
Cracker explosion during Puri Chandan Yatra: Death toll rises to six Bhubaneswar: (Abhishek Mohanty)The death toll in the cracker explosion…

ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଝରାପାଲି,…