ଗଠନ ହୋଇ ପାରୁନି ଜିଲ୍ଲା ଯୋଜନା ବୋର୍ଡ ପଡ଼ି ରହିଛି ଅନୁଦାନ ।
ଗଜପତି,୨୮.୨(ମନୋଜ ପାଢ଼ୀ):- ସରକାର ଗଠନର ର ୨୦ ମାସ ବିତିଗଲାଣି ଗଠନ ହୋଇପାରୁନି ଜିଲ୍ଲା ଯୋଜନା ବୋର୍ଡ ଅନୁମୋଦନ ହେଉନି ଉନ୍ନୟନ ପ୍ରକଳ୍ପ, ପଡ଼ିରହିଛି ଅନୁଦାନ ଯୋଜନା ବୋର୍ଡ ହେଉଛି ଏକ ସାମ୍ବିଧାନିକ ସଂସ୍ଥା/ ପଞ୍ଚାୟତିରାଜ ଏବଂ ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ଦ୍ବାରା ପ୍ରସ୍ତୁତ ଯୋଜନାକୁ ଏକତ୍ରିତ କରି ସମଗ୍ର ଜିଲ୍ଲା ପାଇଁ ଏହା ଖସଡ଼ା ପ୍ରସ୍ତୁତ କରେ । ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ରୂପରେଖ ଓ ତଦାରଖ କରିବା ସହ ଏହା ଯୋଜନା କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ଅବଲମ୍ବନ କରେ ବୋର୍ଡର ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର ନିଯୁକ୍ତ କରୁଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲାପାଳ ନିର୍ବାହୀ ଅଧିକାରୀ ଭାବେ ରହିଥାନ୍ତି। ରାଜ୍ୟ ଯୋଜନାରେ ସ୍ଥାନୀୟ ଯୋଜନାଗୁଡ଼ିକର ଏକୀକରଣ ନିଶ୍ଚିତ କରିବା, ଜିଲ୍ଲାର କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ୍ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ତଦାରଖ କରିବା, ଆବଶ୍ୟକତା ଅନୁଯାୟୀ ବିକାଶକୁ ତ୍ବରାନ୍ବିତ କରିବା ଏହାର ଲକ୍ଷ୍ୟ ବିଜେଡି ସରକାର ଯାଇ ବିଜେପି ସରକାର ଆସିବାର ୨୦ମାସ ବିତିଗଲାଣି। ହେଲେ, ନା ରାଜ୍ୟ ଯୋଜନା ବୋର୍ଡ ଗଡ଼ା ଯାଇପାରିଲା ନା ପ୍ରତି ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି| ପୂର୍ବ ସରକାରରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ମନ୍ତ୍ରୀମାନଙ୍କ ପରିବର୍ତ୍ତେ ବିଧାୟକମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ରଖାଯାଉଥିଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇ ନଥିବାରୁ ସବୁଠି ଉନ୍ନୟନ କାମ ଠପ୍ ହୋଇଛି। ମାତ୍ର ସେ ସବୁ ଅଚଳ ହୋଇଯିବାରୁ ଏବେ ଜିଲ୍ଲାର ଯୋଜନା ଖସଡ଼ାକୁ ଅନୁମୋଦନ କରାଯାଇପାରୁନାହିଁ। ଜିଲ୍ଲାସ୍ତରରେ ଏଥିରୁ ବାଦ୍ ପଡ଼ିଥିବା ପ୍ରକଳ୍ପକୁ କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡରେ କରାଯିବା ପାଇଁ ବି ଅନୁମୋଦନ ହୋଇ ପାରୁନାହିଁ। ତଥ୍ୟ ଅନୁସାରେ କନ୍ଧମାଳ ଓ ଗଜପତି ଯୋଜନାର ଦୁଇ ବର୍ଷ ମଧ୍ୟରେ ୨୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଯାହା ରାଜ୍ୟ ଅଂଶ ଓ ଜିଲ୍ଲା ଅଂଶରେ ଭାଗ କରି ଅନୁମୋଦନ କରାଯାଇଥାଏ ।
ରାଜ୍ୟ ଅଂଶ କୌଣସି ମତେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। କିନ୍ତୁ ଜିଲ୍ଲା ଅଂଶ ବାବଦକୁ କୈଣସି ଖସଡ଼ା ଏଯାବତ ପ୍ରସ୍ତୁତି ହୋଇ ପାରୁନାହିଁ। ଏଣୁ, ସରକାରୀ ଆଭିମୁଖ୍ୟ ଉପରେ ପ୍ରଶ୍ନ କରିବା ସହ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନରେ ବ୍ୟସ୍ତ ନ ରହି ପ୍ରକୃତ ବିକାଶ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ପ୍ରକାଶ କରିଛନ୍ତି।
