ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସାକ୍ଷାତ କଲେ ସିରଜିନା ଅନୁଷ୍ଠାନର କର୍ମକାର୍ତ୍ତା ।ବରଗଡ,୨୬୲୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ସୌହାର୍ଦ୍ଧ୍ୟପୂର୍ଣ୍ଣ ସାକ୍ଷାତ୍ କାର କଲେ କର୍ମକର୍ତ୍ତା ମାନେ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଭାବରେ ସିରଜିନା ଅନ୍ୟତମ। ବର୍ଷ ତମାମ ଏହି ଅନୁଷ୍ଠାନ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଛି। ସମ୍ବଲପୁରୀ ଦିନ, ବାର୍ଷିକ ଉତ୍ସବ ବିଷୁବ ମିଳନ,ମକର ମିଳନ ଗଙ୍ଗାଧର ଗୁରୁ ଜୟନ୍ତୀ ଆଦି କାର୍ଯ୍ୟକ୍ରମ କରି ବହୁ ପ୍ରଶଂସା ସାଉଁଟି ଛି ଏହି ଅନୁଷ୍ଠାନ। ଆସନ୍ତା ଏପ୍ରିଲ୍ ମାସ ୩ ଓ ୪ ତାରିଖ ଦିନ ସିରଜିନା ଉତ୍ସବ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନାଟକ ପ୍ରତିଯୋଗିତା କରାଯିବ ଭେଉଁରୀଆ ଗାଁରେ ସଭାପତି ଆଦିତ୍ୟ କୁମାର ରଥ ଓ ସଂପାଦକ ରାଜେନ୍ଦ୍ର କୁମାର୍ ମହାନ୍ତି ବରଗଡ଼ ଲୋକ ସଭା ସଦସ୍ୟ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ୍ କରିଥିଲେ। କାର୍ଯ୍ୟକ୍ରମର ଉନ୍ନତି କାମନା କରିଥିଲେ ସାଂସଦ ଶ୍ରୀ ପୁରୋହିତ।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସାକ୍ଷାତ କଲେ ସିରଜିନା ଅନୁଷ୍ଠାନର କର୍ମକାର୍ତ୍ତା ।
