ନ୍ୟାର୍ଯ୍ୟଦାବୀ ପୁରଣ ନେଇ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ନ୍ୟାର୍ଯ୍ୟଦାବୀ ପୁରଣ ନେଇ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ନ୍ୟାର୍ଯ୍ୟଦାବୀ ପୁରଣ ନେଇ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ଗଜପତି, ୨୫।୨(ମନୋଜ ପାଢ଼ୀ)-: ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଏବଂ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଜପତି ଶାଖା ପକ୍ଷରୁ ନ୍ୟାର୍ଯ୍ୟଦାବୀ ପୁରଣ ପାଇଁ ଆଜି ରାଜରାସ୍ତାରେ ବିରାଟ ଶୋଭା ଯାତ୍ରା ସହ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିଲା । ପ୍ରଥମେ ଉଭୟ ଅଙ୍ଗନୱାଡି ଓ ଆଶାକର୍ମୀ ମାନେ ଏକତ୍ରିତ ହୋଇ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥମନ୍ଦିର ପ୍ରାଙ୍ଘଣରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଦାବୀ ପୁରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନମାନ ଦେଇ ନଗର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସଂଘର କର୍ମକର୍ତ୍ତାମାନେ ଆଶା ଓ ଅଙ୍ଗନୱାଡି କର୍ମଚାରୀ ସ୍ବଳ୍ପ ପାରିଶ୍ରମିକ ବଦଳରେ ଦିନ,ରାତି ନିରବଚ୍ଛିନ୍ନ ଭାବେ ସହରରୁ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆପଣଙ୍କ ସରକାର ନିର୍ବାଚନ ଇସ୍ତହାରରେରେ ଆଶା ଭଉଣୀ ମାନଙ୍କୁ ସମ୍ମାନ ଜନକ ବେତନ ଓ ସୁବିଧା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଆପଣଙ୍କ ସରକାର ଶାସନ କରି ୨୪ ମାସ ବିତିବାକୁ ବସିଛି । ହେଲେ ପ୍ରତିଶ୍ରୁତି ପାଣିରଗାର ପାଲଟିଛି । ଅନ୍ତୋଦୟ’ର ପ୍ରକୃତ ଭାବନା ଅନୁଯାୟୀ ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକଙ୍କ ପାଇଁ ଶ୍ରମ ଆଇନ କଡାକଡି ଭାବେ ଲାଗୁ କରାଯିବା, ଶିଳ୍ପ ସମ୍ପର୍କ କୋଡ଼-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସ୍ଥିତି କୋଡ଼-୨୦୨୦ ରେ ଥିବା ଶ୍ରମିକ ବିରୋଧୀ ନିୟମକୁ ତୁରନ୍ତ ସଂଶୋଧନ କରିବା, ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଶୀଘ୍ର ‘ଭାରତୀୟ ଶ୍ରମ ସମ୍ମିଳନୀ’ କରିବା, ସମସ୍ତ ସ୍କିମ୍ ୱାର୍କର ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯିବା, ସର୍ବନିମ୍ନ ପେନ୍‌ସନ୍‌ ୧,୦୦୦ ଟଙ୍କାରୁ ୭,୫୦୦ ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପ୍ରଦାନ କରିବା, ଶ୍ରମିକଙ୍କ ସୁବିଧା ପାଇଁ ଇଏସ୍ଆଇ ଏବଂ ଇପିଏଫ୍ ରେ ଥିବା ସୀମା ବୃଦ୍ଧି କରିବା, ବର୍ତମାନର ମଜୁରୀ ସ୍ତର ସହିତ ସମାନତା ରଖ୍ ବୋନସ୍ ପ୍ରଦାନ ଆଇନ ୧୯୬୫ ଅନୁଯାୟୀ ବୋନସ୍ ସୀମାକୁ ବୃଦ୍ଧି କରିବା, ଭାରତୀୟ ସମ୍ବିଧାନ ଧାରା ୧୪, ୧୫, ୧୬ ଏବଂ ୨୧ ଅନୁଯାୟୀ ସ୍କିମ୍ ୱାର୍କର ଏବଂ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ନିୟମିତ କରାଯିବା, ସାଧାରଣ ନିଯୁକ୍ତି ଉପରେ ଥିବା ନିଷେଧାଦେଶକୁ ତୁରନ୍ତ ହଟାଯାଇ ଚାକିରିର ସୁରକ୍ଷା ସହିତ ଗ୍ୟାରେଣ୍ଟିଯୁକ୍ତ ନିଯୁକ୍ତି ନିଶ୍ଚିତ କରିବା ଆଦି ଦାବି ରହିଥିବା ବେଳେ ସରକାର ଅଦ୍ୟାବଧି ଦାବୀ ଉପରେ କୌଣସି ବିଚାର ନକରିବା ଯୋଗୁଁ ଆଶା ଭଉଣୀ ମାନଙ୍କ ମଧ୍ୟରେ ଏକ ପ୍ରକାର ନିରାସ ହୋଇଛୁ । ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତରେ ସମସ୍ତ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ବେତନ ସ୍ଥାୟୀ ଘୋଷଣା ନହେବା ପର୍ଯ୍ୟନ୍ତ ମାସିକ 18,000/- ସର୍ବନିମ୍ନ ବେତନ ପ୍ରଦାନ କରାଯିବା, ଆଶା କର୍ମୀ ମାନଙ୍କୁ ସ୍ବାଭିମାନ ସହିତ କାମ କରିବାକୁ ଦିଆଯିବା, ପ୍ରତି ଗାଁ ରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଲାଗି ଆଶା କେନ୍ଦ୍ର ନିର୍ମାଣ ସହ ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆଶା ଗୃହ ନିର୍ମାଣ କରାଯିବା, ଶିକ୍ଷାଗତ ଯୋଗ୍ୟତା ଆଧାରରେ ଆଶା କର୍ମୀମାନଙ୍କୁ ତାଲିମ ଦେଇ ଏଏନ୍ଏମ୍ ପଦବୀକୁ ପଦୋନ୍ନତି କରିବା, ଆଶାକର୍ମୀ ମାନଙ୍କୁ ପ୍ରତିବର୍ଷ ୨ ହଳ ୟୁନିଫର୍ମ ସହିତ ରିପୋର୍ଟ ଲେଖିବା ପାଇଁ ଆବଶ୍ୟକ କାଗଜ ପତ୍ର ସହ ୫ଜି ମୋବାଇଲ ଯୋଗାଇଦେବା, କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପରିବାରକୁ ୧୦ ଲକ୍ଷ ଓ ଶାରୀରିକ ଅକ୍ଷମ କ୍ଷେତ୍ରରେ ୫ ଲକ୍ଷ ସହାୟତା ରାଶି ଏବଂ ଗ୍ରୁପ ଇଂସୁରାନ୍ସ ମାଧ୍ୟମରେ ପ୍ରଦାନ କରିବା, ସେବା ନିବୃତ ସମୟରେ ଆଶା କର୍ମୀମାନଙ୍କୁ ଏକକାଳୀନ ୧୦ ଲକ୍ଷ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ୫ ହଜାର ଭତ୍ତା ପ୍ରଦାନ କରାଯିବା ଆଦି ଦାବି ରହିଛି ।

ଏହି ଶୋଭାଯାତ୍ରା ଓ ବିକ୍ଷୋଭ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ସୁଜିତ ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ବେଳେ ସମ୍ପାଦିକା ଅଞ୍ଜଳୀ ନାୟକ, ଓଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଏସୋସିଏସନର ସଭାନେତ୍ରୀ କୁନୀ ଜାନି, ସମ୍ପାଦିକା ପୁଷ୍ପାଞ୍ଜଳି ପଣ୍ଡା, ଆଶା ସଂଘ୍ର ସମ୍ପାଦିକା ସମୀକ୍ଷା ଗମାଙ୍ଗଙ୍କ ସହ ବହୁ ସଂଖ୍ୟକ ଆଶା, ଅଙ୍ଗନୱାଡିକର୍ମୀ ଓ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଶ୍ରମିକ ସଂଗଠନର ସଦସ୍ୟ ସଦସ୍ୟାମାନେ ଉପସ୍ଥିତଥିଲେ ।