ଗଜପତିରେ ବାଲି ମାଫିଆଙ୍କ ରାଜୁତିଆନ୍ଧ୍ରରୁ ଆମଦାନୀ, ଓଡ଼ିଶାରେ ବିକ୍ରି ।

ଗଜପତିରେ ବାଲି ମାଫିଆଙ୍କ ରାଜୁତିଆନ୍ଧ୍ରରୁ ଆମଦାନୀ, ଓଡ଼ିଶାରେ ବିକ୍ରି ।

ଗଜପତିରେ ବାଲି ମାଫିଆଙ୍କ ରାଜୁତିଆନ୍ଧ୍ରରୁ ଆମଦାନୀ, ଓଡ଼ିଶାରେ ବିକ୍ରି ।

ଗଜପତି,୨୫.୨(ମନୋଜ ପାଢ଼ୀ)- : ଦିନ ଥିଲା, ଓଡ଼ିଶାରୁ ଶହଶହ ଟ୍ରକ ବାଲି ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା। କିନ୍ତୁ, ଏବେ ସ୍ଥିତି ଓଲଟି ଯାଇଛି| ସମାନ ଭାବରେ ବାଲି ଆନ୍ଧ୍ରରୁ ଆମଦାନି ହେଉଛି ଆନ୍ଧ୍ରପ୍ରଦେ ଦେଶର ଶ୍ରୀକାକୁଲମ ଜିଲ୍ଲାର କତୁରୁ ମଣ୍ଡଳରୁ ରାତି ତମାମ କାଶୀନଗର ବ୍ଲକ ହାଡୁଭାଙ୍ଗୀ ଦେଇ ଓଡ଼ିଶା ଭିତରେ ପ୍ରବେଶ କରୁଛି ମାଳମାଳ ବାଲି ବୋଝେଇ ଟ୍ରକ୍ ଟ୍ରକ୍। ସେଠାରୁ ଗଜପତିର ବିଭିନ୍ନ ଅଞ୍ଚଳକୁ ଏବଂ ରାୟଗଡ଼ା ଜିଲ୍ଲାକୁ ବାଲି ଚୋରା ଚାଲାଣ ହେଉଛି। ଆନ୍ଧ୍ର ସରକାର ଲଘୁ ଖଣିଜ ଦ୍ରବ୍ୟ ଉପରେ ଟିକସ ସମୂର୍ଣ୍ଣ ଛାଡ଼ କରିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ବୋଲି ସେମାନେ ପ୍ରକାଶ କରିଛନ୍ତି। ସୀମାନ୍ତ ଜିଲ୍ଲା ହୋଇଥିବାରୁ ଜିଲ୍ଲାର କିଛି ବାଲି ମାଫିଆ ଆନ୍ଧ୍ର ରାର୍ମ୍ପ ମାଲିକଙ୍କ ସହ ମିଶି ବିନା ଟିକସରେ ଆନ୍ଧ୍ରରୁ ବାଲି ଆଣି ଏଠାରେ ବିକ୍ରି କରୁଛନ୍ତି। ସେହିଭଳି, ଜିଲ୍ଲାରେ କାଶୀନଗର ଗୋଷାଣୀ ଓ ରାୟଗଡ଼ ବ୍ଳକର ଛୋଟବଡ଼ ବାଲି ଗ୍ୟାମ୍ପରୁ ମଧ୍ୟ ବିନା ଟେଣ୍ଡର୍‌ରେ ବାଲି ଉଠା ଯାଉଛି। ଦିନ ତମାମ ଚାଲାଣ ହେଉଥିବା ଟ୍ରାକ୍ଟର୍‌ ଯୋଗେ ନଜରକୁ ଆସୁଛି। ଯଦିଓ ଖଣି ବିଭାଗ ପକ୍ଷରୁ ସମୟେ ସମୟେ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଉଛି, ହେଲେ ବେଆଇନ ଚାଲାଣ ଯେମିତିକୁ ସେମିତି ଚାଲୁ ରହିଛି | ପୁଲିସ ଫୋର୍ସର ସହଯୋଗ ମିଳିଲେ ଚଢ଼ଉ ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡ଼ା ପ୍ରକାଶ କରିଛନ୍ତି |