ସ୍ବର୍ଗତ ଆଶିଷ ଭୋଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଓ ମଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ସ୍ବର୍ଗତ ଆଶିଷ ଭୋଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଓ ମଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ସ୍ବର୍ଗତ ଆଶିଷ ଭୋଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଓ ମଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ରଙ୍ଗ ଘର ପଡ଼ା ର ସ୍ବର୍ଗତ ଆଶିଷ ଭୋଇ ଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଭୋଇ ପରିବାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ଭବନ ଆନ୍ଧ୍ର କେମ୍ପ, ଖଣ୍ଡହଥା ,ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଓ ମହାନଦୀ ନେତ୍ର ଚିକିତ୍ସାଳୟ ସହଯୋଗ ରେ ମଗଣା କମ୍ପ୍ୟୁଟୀକରଣ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତ ଆଶିଷ ଭୋଇ ଙ୍କ ମାଁ ଆଲ୍ଲାଦିନି ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିବା ବେଳେ ତାଙ୍କ ପରିବାର ବର୍ଗ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡା ପାଲି, ବୀର ମହାରାଜ ପୁର, ସୋନପୁର ସହଯୋଗ ରେ ହୋଇଥିବା ମାଗଣା ଚକ୍ଷୁ ପରୀକ୍ଷା ଶିବିର ରେ ୫୪ଜଣ ରୋଗୀ ଙ୍କ ର ଚକ୍ଷୁ ପରୀକ୍ଷା କରାଯିବା ସହିତ ୭ଜଣ ଙ୍କ ର ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ କୁ ପଠାଯାଇଥିଲା। ନିଜ ପୁଅ ଇହଧାମ ତ୍ୟାଗ କରିଥିଲେ ମଧ୍ୟ ପୁଅ ର ସ୍ମୃତି ରେ ନିଷ୍ଠା ପରିବାର ସହ ସହଯୋଗ ରେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଲୋକ ମାନଙ୍କ ର କିଛି ସେବା କରି ପାରୁଛି ବୋଲି କୋହ ଭରା କଣ୍ଠ ରେ କହିଥିଲେ ସ୍ବର୍ଗତ ଆଶିଷ ଙ୍କ ମାଁ ଆଲ୍ଲାଦିନି ଭୋଇ।ଉଭୟ କାର୍ଯ୍ୟକ୍ରମ କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଚ୍ଛୁ ବିଶେଷ କରି ଭୋଇ ପରିବାର ବର୍ଗ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ଧନ୍ୟବାଦ ଓ କୃତଜ୍ଞତା।