ଥୁଆପାଲି ବିଦ୍ୟୁତ ଟିପି ଡବ୍ଲ୍ଯୁଓଡିଏଲ ଅଫିସ ସମ୍ମୁଖରେ ବିଲ୍ ପୈଠ ପାଇଁ ନିଆରା ପ୍ରତିବାଦ।

ଥୁଆପାଲି ବିଦ୍ୟୁତ ଟିପି ଡବ୍ଲ୍ଯୁଓଡିଏଲ ଅଫିସ ସମ୍ମୁଖରେ ବିଲ୍ ପୈଠ ପାଇଁ ନିଆରା ପ୍ରତିବାଦ।

ଥୁଆପାଲି ବିଦ୍ୟୁତ ଟିପି ଡବ୍ଲ୍ଯୁଓଡିଏଲ ଅଫିସ ସମ୍ମୁଖରେ ବିଲ୍ ପୈଠ ପାଇଁ ନିଆରା ପ୍ରତିବାଦ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଂଚାୟତ ର କୁଶନପୁରୀ, ଛନାପତି ଟିକରା ର ଚାଷୀ ରମେଶ ମହାପାତ୍ର କଂ ବିଦ୍ୟୁତ ବିଲ ବାକି ଅଛି। ଥୁଆପାଲି ବିଦ୍ୟୁତ ବିଭାଗର ଟିପିଡବ୍ଲ୍ୟୁଓଡିଏଲ୍ କର୍ମଚାରୀ ମାନେ ବକେୟା ବିଲ ମାଗିବାକୁ ଯାଇଥିଲେ, ବିଲ୍ ନଦେଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି କହିଥିଲେ। ଚାଷୀ ରମେଶ ମହାପାତ୍ର କହିଥିଲେ, ମୋର (ଟୋକନ) ଆସିନାହିଁ, ଧାନ ବିକ୍ରି ହୋଇପାରିନାହିଁ ବିକ୍ରି ହେଲେ ସାଂଗେ ସାଂଗେ ବିଲ୍ ଦେବି କହିଥିଲେ,କିଛି ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ, ବିଦ୍ୟୁତ୍ କର୍ମଚାରୀ ତାଗିଦ କରି ବିଲ୍ ଦେବାକୁ କହିଥିଲେ। ଚାଷୀ ମହାପାତ୍ର , କିଛି ଉପାୟ ନ ପାଇ ଚାରି ବସ୍ତା ଧାନ ଆଣି ଥୁଆପାଲି ବିଦ୍ୟୁତ ବିଭାଗର ଅଫିସ ଆଗରେ ରଖି ଏହାକୁ ବିକ୍ରି କରି ଆପଣଙ୍କ ବିଲ ନିଅନ୍ତୁ ବୋଲି ନିଆରା ପ୍ରତିବାଦ କରିଛନ୍ତି। ଶୁଣିବାକୁ ମିଳୁଛି ଯେ, ମହାପାତ୍ର କଂ ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରାଯାଇଛି।ସମଗ୍ର ଅଂଚଳରେ ଚର୍ଚ୍ଚା ବିଷୟ ପାଲଟିଛି।