ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ

ଗଜପତି, ୨୫l୨(ମନୋଜ ପାଢ଼ୀ)-: ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଆର୍ବନ ବ୍ୟାଙ୍କ ପଡିଆରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ୱାରା ଆୟୋଜିତ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅତି ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀଙ୍କ ଅମୃତ ବଚନ ଶ୍ରବଣ କରିଥିଲେ । ‎ସ୍ୱାମୀଜୀ ନିଜ ପ୍ରବଚନ ମାଧ୍ୟମରେ ମନୁଷ୍ୟ ଜୀବନର ଲକ୍ଷ୍ୟ, ମନର ନିୟନ୍ତ୍ରଣ ଏବଂ ସକାରାତ୍ମକ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ଆଧ୍ୟାତ୍ମିକତା କେବଳ ପୂଜାପାଠରେ ସୀମିତ ନୁହେଁ, ବରଂ ଏହା ନିଜର ଚିନ୍ତାଧାରାକୁ ଶୁଦ୍ଧ କରିବା ଏବଂ ସେବା ମନୋଭାବ ରଖିବାର ଏକ ମାର୍ଗ । କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତମାନେ ଯୋଗ ଏବଂ ଧ୍ୟାନର କଳା ଶିଖିବା ସହ ଶାନ୍ତି ଓ ଆନନ୍ଦର ଅନୁଭୂତି ପାଇଥିଲେ ।

‎ଏହି ଆଧ୍ୟାତ୍ମିକ ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ୱାମୀଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜକ ରାଧା ଗୋବିନ୍ଦ ଧାମ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।