ଚାନ୍ଦପୁର ପି.ଏମ୍.ଶ୍ରୀ (ଏସ୍.ଏସ୍.ଡି) ହାଇ ସ୍କୁଲ ରେ ଗଣିତ ସର୍କଲ

ଚାନ୍ଦପୁର ପି.ଏମ୍.ଶ୍ରୀ (ଏସ୍.ଏସ୍.ଡି) ହାଇ ସ୍କୁଲ ରେ ଗଣିତ ସର୍କଲ

ଚାନ୍ଦପୁର ପି.ଏମ୍.ଶ୍ରୀ (ଏସ୍.ଏସ୍.ଡି) ହାଇ ସ୍କୁଲ ରେ ଗଣିତ ସର୍କଲ

ରାୟଗଡ:ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ର ପି.ଏମ୍.ଶ୍ରୀ (ଏସ୍. ଏସ୍.ଡି) ହାଇ ସ୍କଲ ଠାରେ ଗଣିତ ସିର୍କଲ୍ ପିଲା ମାନଙ୍କ ମାଧ୍ୟମ ରେ ଅନୁଷ୍ଠତ ହୋଇଥିଲା। ଏଥିରେ ବିଦ୍ୟାଳୟ ର ଷଷ୍ଠ ରୁ ନବମ ଶ୍ରେଣୀ ର ପିଲା ମୋଟ ୧୦ ଟି ଗ୍ରୁପ୍ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ଗ୍ରୁପ୍ ରେ ଗଣିତ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଯଥା – ଲ.ସା.ଗୁ ଓ ଗ.ସା.ଗୁ,ବିଭିନ୍ନ କୋଣ ର ପରିମାପ, ଭଗ୍ନାଂଶ ର ବିଭିନ୍ନ ପ୍ରକ୍ରିୟା, ବୃତ୍ତ ର କ୍ଷେତ୍ରଫଳ ଓ ବିଭିନ୍ନ ଚର୍ଟ,ଘନ ବସ୍ତୁ ର ଘନତ୍ଵ ଏବଂ କ୍ଷେତ୍ରଫଳ, ସଂଖ୍ୟା ର ବର୍ଗ ଏବଂ ଘନ ର ଚକ୍ର ଆଦି ବିଷୟ ରେ ଛତ୍ର ମାନେ ଉପସ୍ଥାପନ କରିଥିଲେ।ଏଥରେ ଶ୍ରେଣୀ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ସହୋଯୋଗ କରି ଗଣିତ ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ପ୍ରଶିକ୍ଷଣ ଚାର୍ଟ ପିଲା ମନ ଙ୍କ ଦ୍ଵାରା ପ୍ରସ୍ତୁତ ଯାଇଥିଲା। ଛାତ୍ର ମନଙ୍କୁ ବିଭିନ୍ନ ଗ୍ରୁପ ରେ କରାଯାଇ ଗୋଟେ ଶ୍ରେଣୀ ଗୃହ ରେ ଶିକ୍ଷକ ମାନଙ୍କ ତତତ୍ଵାବଧାନରେ ବାନ ଯାଇଥିବା ପ୍ରକଳ୍ପ କୁ ଅନ୍ୟ ଶିକ୍ଷକ ମାନେ ପ୍ରଶ୍ନ ଉତ୍ତର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗୋମଙ୍ଗ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ,ବିଜ୍ଞାନ ଶିକ୍ଷକ ମକର ତୁଇକା, ସାରଙ୍ଗ ଧର ବାଗ,କୁନା ମାଝୀ, ବଳଭଦ୍ର ତୁଇକା,ସୁନିଲ ମହାନ୍ତି,ଆନନ୍ଦ ଡୁବୃକା,ଶ୍ରୀକାନ୍ତ ହୋତା କରକମାଳ ରେ ସୁରୁଖୁର ରେ ସମ୍ପାଦନ ହୋଇଥିଲା। ଏଥିରେବିଦ୍ୟାଳୟ ର ସମସ୍ତ ଛାତ୍ର ଅତ୍ୟନ୍ତ ଉତ୍କଣ୍ଠା ର ସହକାରେ ଅଂଶ ଗ୍ରହଣ କରି ଉପଭୋଗ କରିଥିଲେ।ପି ଏମ୍ ଶ୍ରୀ ହାଇ ସ୍କଲ ହେବା ଦ୍ବାରା ଏହିପରି ସମସ୍ତ କାର୍ଯ୍ୟକ୍ରମ ହେଇ ପାରୁଛି ଯାହା ଦ୍ଵାରା ଶିକ୍ଷା ର ମାନ ଉନ୍ନତି ସମ୍ଭବପର। ପରିଶେଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଦବୋଧନ ଦେଇ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ମାନଙ୍କର ଗଣିତ ପ୍ରତି ଆଗ୍ରହ, ଆଲୋଚନାତ୍ମକ ଚିନ୍ତାଧାରା, ବିଚାରାତ୍ମକ ଚିନ୍ତା,ସମୀକ୍ଷାତ୍ମକ ଦୃଷ୍ଟିକୋଣ,ଦଳଗତ କାର୍ଯ୍ୟକ୍ଷମତା,ଗାଣିତିକ ବିଚାରଧାରା,ବାସ୍ତବ ଜୀବନର ଗାଣିତିକ ସମସ୍ୟା ସମାଧାନ କିପରି ହୋଇ ପାରିବ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ