ଗଜପତି ସୁଭଦ୍ରା ମେଳାରେ ଶ୍ରୀଜଗନ୍ନାଥଙ୍କ ଭଜନକୁ ଅପମାନିତ କରି ଫ୍ୟାସନ ସୋ ପରିବେଷଣ କରିବା ବିରୁଦ୍ଧରେ ବିକ୍ଷୋଭ ଓ କାର୍ଯାନୁଷ୍ଠାନ ପାଇଁ ଦାବିପତ୍ର ।
ଗଜପତି,୨୪.୨(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାରେ ଆୟୋଜିତ ସୁଭଦ୍ରା ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଶ୍ରୀଜଗନ୍ନାଥଙ୍କ ଆହେ ନୀଳ ଶୈଳ ଭଜନ ପରିବେଷଣ କରାଯାଇଥିଲା ।ହେଲେ ଶ୍ରୀଜଗନ୍ନାଥଙ୍କ ଭଜନକୁ ଅପମାନିତ କରି ଫ୍ୟାସନ ସୋରେ ପରିଣତ କରିଥିବା ଯୋଗୁଁ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦଶନ କରାଯାଇ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଗତ 18 ତାରିଖ ଠାରୁ ଆରମ୍ଭ ହୋଇ ଚାଲିଥିବା ୭ ଦିନିଆ ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ଦିନ ସନ୍ଧ୍ୟାରେ କେତେକ ଅନୁଷ୍ଠାନ ତରଫରୁ ଜଗନ୍ନାଥ ଜଣାଣ ପରିବେଷଣ ବେଳେ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରି ଫ୍ୟାସନ୍ ସୋ’ କରାଯାଇଥିଲା. ଶ୍ରୀଜଗନ୍ନାଥଙ୍କ ଜଣାଣ ପରିବେଷଣରେ ରାମ୍ପରେ ଆଧୁନିକ ଷ୍ଟାଇଲରେ ଚାଲିବା ନେଇ ଷ୍ଟାଡିୟମରେ ତୀବ୍ର ଉଦବେଗ ପ୍ରକାଶ ପାଇଥିଲା । ଗତକାଲି ସୋମବାର ଅପରାହ୍ନରେ ଏ ନେଇ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ହିନ୍ଦୁ ଜାଗରଣ ମଞ୍ଚର ଶତାଧିକ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଠାରେ ଏଭଳି ଘଟଣାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।ବଜରଙ୍ଗ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର, ନଗର ସମ୍ପାଦକ ଜି.କୁମାର ରେଡି, ଧର୍ମ ଜାଗରଣ ସାମ୍ମୁଖର ଜିଲ୍ଲା ସଂଯୋଜକ କୈଳାସ ପଟ୍ଟନାୟକ, ସଭାପତି ସ୍ଵାମୀ ନୃସିଂହ ଚରଣ ଦାସଜୀ, ହିନ୍ଦୁ ପ୍ରଚାରକଙ୍କ ସହିତ ଲକ୍ଷ୍ମୀକାନ୍ତ ପାଢୀ, ଗଣେଶ ଦାସ, ଜି.ରମେଶ, କୈଳାସ ବିଶ୍ଵାଳ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।
