ଜଗନ୍ନାଥଙ୍କ ଜଣାଣ ଭଜନ ଗୀତରେ ଫ୍ୟାସନ୍ ଶୋ ପ୍ରଦର୍ଶନ, ତୀବ୍ର ପ୍ରତିକ୍ରିୟାଅଧିକାରୀଙ୍କ ମତରଖିବା ସଭିଏଙ୍କୁ ଆଶ୍ଚର୍ଯ୍ୟ ଚକିତ ।

ଜଗନ୍ନାଥଙ୍କ ଜଣାଣ ଭଜନ ଗୀତରେ ଫ୍ୟାସନ୍ ଶୋ ପ୍ରଦର୍ଶନ, ତୀବ୍ର ପ୍ରତିକ୍ରିୟାଅଧିକାରୀଙ୍କ ମତରଖିବା ସଭିଏଙ୍କୁ ଆଶ୍ଚର୍ଯ୍ୟ ଚକିତ ।

ଜଗନ୍ନାଥଙ୍କ ଜଣାଣ ଭଜନ ଗୀତରେ ଫ୍ୟାସନ୍ ଶୋ ପ୍ରଦର୍ଶନ, ତୀବ୍ର ପ୍ରତିକ୍ରିୟାଅଧିକାରୀଙ୍କ ମତରଖିବା ସଭିଏଙ୍କୁ ଆଶ୍ଚର୍ଯ୍ୟ ଚକିତ ।

ଗଜପତି ,(ମନୋଜ ପାଢ଼ୀ):- ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଛି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା । ଆଜି ଏହି ମେଳାର ପଞ୍ଚମ ଦିବସର ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ ସମୟରେ ସଂସ୍କୃତିକୁ ଅପଭ୍ରଂଶ କରିବା ଭଳି ଘଟଣା ଘଟିଛି । ଏକ ନୃତ୍ୟ ଦଳ ଜଗନ୍ନାଥ ଜଣାଣ ତଥା ଆହେ ନୀଳ ଶୈଳ ଭଜନ ଗୀତ ବଜାଇ ଏଥିରେ ନୃତ୍ୟାଙ୍ଗନାମାନେ ଅପସଂସ୍କୃତି ପରିପାଟି ତଥା ପୋଷାକରେ ସଜ୍ଜିତ ହୋଇ ଫେସନ୍ ଶୋ ପରିବେଷଣ କରିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ କିଛି ସ୍ଥାନୀୟ ସମାଜସେବୀ ମାନେ ତୀପ୍ର ପ୍ରତିକ୍ରିୟା ରଖି ଅଧିକାରୀଙ୍କ ନିକଟରେ ଆପତ୍ତି କରିଥିବାର ଦେଖିବାକୁ ମିଳିଥିଲା । ତେବେ ଅଧିକାରୀଙ୍କ ଗଣମାଧ୍ୟମ ଆଗରେ ମତରଖିବା ସଭିଏଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି କାର୍ଯ୍ୟକ୍ରମରେ ଏଭଳି ବ୍ୟତୀକ୍ରମ ଥରେ ନୁହଁ ଦୁଇ ଦୁଇଥର ହେଲାଣି । ପ୍ରଥମ ଦିବସରେ ‘ପାରଳାଖେମୁଣ୍ଡି’ ବନାନକୁ ଅପଭ୍ରଂଶ କରିଲେଖି ସରକାରଙ୍କ ଓଡିଆ ଅସ୍ମିତାକୁ ହତ୍ୟା କରିଥିବା ଏବଂ ଆଜି ସିଧାସଳଖ ଓଡିଆଙ୍କ ଆରାଧ୍ୟ ଦେବତା ତଥା ଜଗତର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଭଳି ଜଣାଣଗୀତରେ ଫ୍ୟାସନ୍ ଶୋ କରି ଓଡିଆ ସଂସ୍କୃତିକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଏହି ପବିତ୍ର ଗୀତରେ ଅପସଂସ୍କୃତି ପୋଷାକ ପିନ୍ଧି ରାମ୍ପରେ ଚାଲିବା ଭଳି ଦୃଶ୍ୟ ସ୍ରୋତାଙ୍କୁ ବିସ୍ମିତ କରିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଥିବା ବେଳେ ଆଜି ପଞ୍ଚମ ଦିନରେ ସଂସ୍କୃତିକୁ ହତ୍ୟା କରିବା ଭଳି ନୃତ୍ୟ ପରିବେଶଣକୁ ନେଇ ନାନାଦି ଆଲୋଚନା ହୋଇଛି । ଏଭଳି ଘଟଣାକୁ ଦେଖିଲେ ଜିଲ୍ଲାରେ ଓଡିଆ ଅସ୍ମିତା ଓ ସଂସ୍କୃତିକୁ କୁଠାରଘାତ କରାଯାଉଥିବାର ସାଧାରଣରେ ଆଲୋଚନା ହେଉଛି ।

ଏହି ସୁଭଦ୍ରା ଶକ୍ତି ମେଳା ଦ୍ବାରା ମୁଖ୍ୟକରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ କିଭଳି ଶସକ୍ତିକରଣ ହୋଇପାରିବେ ଏବଂ ଆର୍ଥିକ ସ୍ବବାଲମ୍ବୀ ହୋଇପାରିବେ ମୂଳ ଉଦ୍ଦେଶ୍ୟ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜେ ଉତ୍ପାଦିତ ହସ୍ତତନ୍ତ୍ର, ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ ଓ ଗୃହସଜ୍ଜା ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କିପରି କରିପାରିବେ ସେଥି ସକାଶେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଶକ୍ତି ମେଳାର ଲକ୍ଷ୍ୟ ରହିଛି । ହେଲେ କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀଙ୍କ ରଙ୍ଗୀନ ମିଜାଜ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଭୁ ଜଗନ୍ନାଥ ତଥା ଓଡିଆ ସଂସ୍କୃତିକୁ ଅପମାନ କରିଥିବା ସଭିଏଁଙ୍କ ମନକୁ କୁଠାରଘାତ କରିଛି । ଅନ୍ୟପକ୍ଷରେ ଏନେଇ ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପୃଥୀବୀରାଜ ମଣ୍ଡଳଙ୍କ ପ୍ରତିକ୍ରିୟା ସଭିଏଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ପଚାରିବାରେ କହିଛନ୍ତି ଯେ ଭଜନରେ ଏଭଳି କିଛି ଅଶ୍ଳିତା କରିଥିବା କିମ୍ବା ଏନେଇ କୌଣସି ବିରୋଧାଭାଷ ରହିଥିବା ଆମ୍ଭେ ଭାବୁ ନାହୁଁ । ଆମ୍ଭ ଓଡିଆଙ୍କ ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ରକୁ ହେଉକି ପାରମ୍ପାରିକ ବସ୍ତ୍ରକୁ ପ୍ରତ୍ସାହିତ କରିବା ଉଦ୍ଦେଶ୍ୟ ରହିଥିବା କହିଛନ୍ତି ।

ଏହାସହ ଶ୍ରୀ ମଣ୍ଡଳ ଆହୁରି କହିଥିଲେ ଯେ ପ୍ରଭୁଙ୍କୁ ଆରାଧନା କରି ଗଜପତିରେ ଏପରି ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବାର କହିଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଏପରି ଉତ୍ତର ଶୁଣି ସଭିଏଁ ଆଶ୍ଚର୍ଯ୍ୟ ଚକିତ ହୋଇଥିବା ବେଳେ ଏପରି ଅଶ୍ଳିତା ହୋଇଥିବା ଆମ୍ଭେ ଭାବୁ ନାହୁଁ ବୋଲି କହିବା କେତେ ଦୂର ଯୁକ୍ତ ବୋଲି ଆଲୋଚନା ହେଉଛି । ଏନେଇ ସମାଜସେବୀ ଲୋକନାଥ ମିଶ୍ର, ବି. କୁର୍ମାରେଡ୍ଡି, ପି.କେ. ପାଢୀ ପ୍ରମୁଖ ଅଧିକାରୀ ଜଣକ ଦୃଷ୍ଟି ଆକର୍ଷଣ କରି ଆପତ୍ତି କରିଥିଲେ ମଧ୍ୟ ସେ ଭୁଲକୁ ସୁଧାରିବା ପରିବର୍ତ୍ତେ ଓଲଟି ଗଣମାଧ୍ୟମରେ ଏପରି ପ୍ରତିକ୍ରିୟା ଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଏହି ସୁଭଦ୍ରା ଶକ୍ତିମେଳାରେ ସହରର ନାମରେ ବନାନ ତ୍ରୁଟି ଓ ପରେ ଜଗନ୍ନାଥ ଜଣାଣରେ ଫ୍ୟାସେନ୍ ଶୋ ପ୍ରଦର୍ଶନ ଆଦିକୁ ନେଇ ପ୍ରଶାସନ କ୍ଷମାମାଗନ୍ତୁ ବୋଲି ଦାବୀ ହୋଇଛି ।