କୃଷି ଭିତ୍ତିକ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଆଲୋଚନା ଚକ୍ର

କୃଷି ଭିତ୍ତିକ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଆଲୋଚନା ଚକ୍ର

*କୃଷି ଭିତ୍ତିକ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଆଲୋଚନା ଚକ୍ର*

ଆର, ଉଦୟଗିରି: ଆଜି ତା ୨୩/୦୨/୨୫ରେ(ମନୋଜ ପାଢ଼ୀ)-: ଚନ୍ଦ୍ରଗିରିସ୍ଥିତ twice eco resort ଠାରେ ଖଦି ଓ ଗ୍ରାମୟୋଦ ଆୟୋଗ ଓ ପୂର୍ବଦୟ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ” Awareness Program on Agro Based Food Processing Industries” ନାମକ ସଚେତନତା କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ କୃଷିଭିତ୍ତିକ ଉଦ୍ୟୋଗର ବିକାଶ ବିଶେଷକରି ମକା, ମାଣ୍ଡିଆ, କାଜୁ, ଗୋଲମରିଚ, ମହୁମାଛି ଓ ଶାଳପତ୍ର ପରି ଚାଷ ସହ ଜଡିତ ଉଦ୍ୟୋଗର ବିକାଶ ଉପରେ ବିସ୍ତୃତ ଆଲୋଚନା ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଖଦି ଓ ଗ୍ରାମୟୋଦ (KVIC)ର ଓଡିଶା ନିର୍ଦେଶକ ଡ଼ଃ ସୁଭାଷ ଛେତ୍ରୀ ଯୋଗଦେଇ KVIC ଦ୍ୱାରା ଚାଲିଥିବା ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ ।

ବିଶେଷ କରି ଗ୍ରାମଦ୍ୟୋଗ ବିକାଶ ଯୋଜନା (GVY) ଓ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା (PMEGP) ଉପରେ ବିସ୍ତୃତ ବିବରଣୀ ରଖିଥିଲେ । ସ୍ଥାନୀୟ ଜିରାଙ୍ଗ ମନ୍ଦିର ଖେମ୍ପୋ ପେମା ଗୁରୁଜୀ ଯୋଗଦେଇ ୱିଣ୍ଡୋ-ତିବତୀୟ ସହଭାଗିତାରେ ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାନାରା ବ୍ୟାଙ୍କ ଚନ୍ଦ୍ରଗିରିର ଶାଖା ମୁଖ୍ୟ ପରିଚାଳକ ଶ୍ରୀ ମହେନ୍ଦ୍ର ଚୌଧୁରୀ ଯୋଗଦେଇ ବିଭିନ୍ନ ଯୋଜନା ଗୁଡିକର ଲାଭ ନେବା ପାଇଁ ବ୍ୟାଙ୍କ ପାଖରେ ଆବେଦନ କରିବା ପ୍ରକ୍ରିୟା ଉପରେ ସବିଶେଷ ସୂଚନ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବଦୋୟ ଓଡିଶା ପକ୍ଷରୁ ଡ଼ଃ ସତ୍ୟପ୍ରକାଶ ମିଶ୍ର ଉଦ୍ୟାମିତା ବିକାଶ କ୍ଷେତ୍ରରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ଉପରେ ନିଜ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଆଗମନ ହୋଇଥିବା ବେଳେ, ଏହାକୁ ପୂର୍ବଦୟ ଓଡିଶା ତରଫରୁ ଶ୍ରୀ ଅଭିନାଶ ପ୍ରଧାନ ଆୟୋଜନ ଓ ସଂଚାଳନ କରିଥିବା ବେଳେ ଗଜପତି ଜିଲ୍ଲାରେ ଗ୍ରାମଉଦ୍ୟୋଗ ବିକାଶ କ୍ଷେତ୍ରରେ ବିଶେଷ ଧ୍ୟାନ ଦେବାକୁ KVIC ନିର୍ଦେଶକଙ୍କୁ ଅନୁରୋଧ କରିଥିଲେ ।