ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକ ମୃତ।

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକ ମୃତ।

ହିଞ୍ଜିଳି ସହର ମାଣିକ ନଗର ଛକରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଅଭିମନ୍ୟୁ ପୃଷ୍ଟି ନାମକ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଧକ୍କା ଦେଇ ଗାଡ଼ି ଚମ୍ପଟ୍ ମାରିଛି। କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ଅନୁସନ୍ଧାନ ଚଳାଇଛନ୍ତି। ତଥାପି ଦୁର୍ଘଟଣା ର କିଛି ଦୁରରୁ ବାଲେଶ୍ବର ପରିବହନ ବିଭାଗ ରେଜିଷ୍ଟ୍ରେସନ ଏକ ନଂ ପ୍ଲେଟ ପୋଲିସକୁ ମିଳିଛି। ଏହି ଆଧାର ରେ ପୋଲିସ ମାମଲା ନଂ ୧୦୦/୨୫ ମକଦ୍ଦମା ରୁଜୁ କରି ଛାନବିନ୍ ଚଳାଇବା ସହ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *