ତରଭାରେ ବିଶ୍ବ ମାତୃଭାଷା ଦିବସ ପାଳିତ
ତରଭା,ତା ୨୨/୨ : ସ୍ଥାନୀୟ ନୀଲକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ କୋଶଳ ସାହିତ୍ୟ ଏକାଡେମୀ ଏବଂ ତହଁକ୍ କୁଟୁମ୍ ତରଫରୁ ରାଜେଶ ଦଣ୍ଡସେନାଙ୍କ ସଭାପତିତ୍ବରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କବି ବନବାସ ମେହେର ମୁଖ୍ୟ ଅତିଥି, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ମୁଖ୍ୟ ବକ୍ତା ତଥା ସାହିତ୍ୟିକ ସଞ୍ଜୀବ ସେଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କୋଶଳାଞ୍ଚଳର କଳା-ସାହିତ୍ୟ-ସଂସ୍କୃତିର ପୁନରୁଦ୍ଧାର ସକାଶେ କୋସଲୀ ଭାଷାକୁ ମାତୃଭାଷାରୂପେ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ମାତୃଭାଷା ହିଁ ଗୋଟିଏ ଜାତିର ପରିଚୟ। ପ୍ରାଥମିକ ସ୍ତରରୁ କୋସଲୀ ଭାଷାରେ ଶିକ୍ଷାଦାନର ଆବଶ୍ୟକତା ରହିଛି।ସେହିପରି ଏହି ଅଞ୍ଚଳରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କର ମାତୃଭାଷା କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ନିମନ୍ତେ ଅତିଥିଗଣ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ କବି ଶଙ୍କର୍ଷଣ ସାହୁ,ଜନାର୍ଦ୍ଦନ ଥନାପତି, ଚିରଞ୍ଜିବୀ ନାଏକ, ଲୋକନାଥ ଦଲବେହେରା, ହିରଣ୍ମୟ ପଟ୍ଟନାୟକ, କବୟିତ୍ରୀ ବିନୋଦିନୀ ମାଝି,ସଂଜୀବ କୁମାର ସାହୁ, ସୁଧୀର ପଣ୍ଡା, ନିବେଦିତା ଦଣ୍ଡସେନା, ରୋଶନ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
