ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଚରମ ଅବହେଳା କାରଣରୁ ୫ଜଣ ଛାତ୍ରଛାତ୍ରୀ ଭବିଷ୍ୟତ ନଷ୍ଟ ।

ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଚରମ ଅବହେଳା କାରଣରୁ ୫ଜଣ ଛାତ୍ରଛାତ୍ରୀ ଭବିଷ୍ୟତ ନଷ୍ଟ ।

ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଚରମ ଅବହେଳା କାରଣରୁ ୫ଜଣ ଛାତ୍ରଛାତ୍ରୀ ଭବିଷ୍ୟତ ନଷ୍ଟ । ଗଜପତି,୧୯.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାରେ ଘରୋଇ ବିଦ୍ୟାଳୟ ଗୁଡିକର ବେଆଇନ ଓ ମନମୁଖୀ କାରବାର ବଢିବାରେ ଲାଗିଛି । ଅଶିକ୍ଷିତ, ଗରିବତା ଓ ସଚେତନତା ଅଭାବର ସୁଯୋଗ ନେଇ ସେମାନଙ୍କ ପରିବାରର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଶିକ୍ଷା ବେପାରୀ । ଯାହାଫଳରେ କି ଛାତ୍ରଛାତ୍ରୀଙ୍କ ଏକ ବର୍ଷ ନଷ୍ଟ ହୋଇଛି । ସେପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା କାଶିନଗର ସ୍ଥିତ ସ୍ମାର୍ଟ ପବ୍ଲିକ ସ୍କୁଲର ପଢୁଥିବା ୫ଜଣ ଛାତ୍ରଛାତ୍ରୀଙ୍କ ସହ ଘଟିଛି । ଏନେଇ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିକଟରେ କାଶିନଗର ସ୍ମାର୍ଟ ପବ୍ଲିକ ସ୍କୁଲର ଛାତ୍ର ଏ.ଜୟ କୁମାର ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।ମଙ୍ଗଳବାର ଠାରୁ ସିବିଏସଇ ବୋର୍ଡର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏ.ଜୟ କୁମାରଙ୍କ ସମେତ ସିଏଚ.ମନୋଜ, କେ.ଜଶୱନ୍ତ, ରୋହିତ ପଟନାୟକ ଓ ପ୍ରିୟଦର୍ଶିନୀ ଦଳବେହେରା ପ୍ରବେଶ ପତ୍ର(ଏଡମିଟ୍ କାର୍ଡ) ନପାଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସୂଚନାପ୍ରକାରେ କାଶିନଗର ସ୍ଥିତ ସ୍ମାର୍ଟ ପ୍ୱଲିକ ସ୍କୁଲ ନାମକ ଏକ ଘରୋଇ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବା ସକାଶେ ସିବିଏସଇ ମାନ୍ୟତା ମିଳିଛି । କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୯ମ ଓ ୧୦ମ ଶ୍ରେଣୀକୁ ସିବିଏସଇ ର ମାନ୍ୟତା ନଥିଲେ ମଧ୍ୟ ଅନ୍ୟ ଏକ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରେ ପଞ୍ଜିକୃତ କରାଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ବ୍ୟବସ୍ଥା କରାଉଥିଲେ । ଏବିଷୟରେ ଛାତ୍ରଛାତ୍ରୀ ଓ ତାଙ୍କ ପରିବାରବର୍ଗଙ୍କ ଅଗୋଚରରେ ରଖି ମୋଟ ଅଙ୍କର ଫିସ୍ ନେଇ ଏହି ବ୍ୟବସ୍ଥା କରାଉଥିଲେ । ଚଲିତ ଥର୫ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ଭରିିଥିଲେ । କିନ୍ତୁ ସିବିଏସଇ ଠାରୁ ୧୦ମ ଶ୍ରେଣୀ ମାନ୍ୟତା ପାଇନଥିବା ସ୍ମାର୍ଟ ପବ୍ଲିକ୍ ସ୍କୁଲ୍ କର୍ତ୍ତୃପକ୍ଷ ଯେଉଁ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରେ ପଞ୍ଜିକୃତ କରାଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବାର ବ୍ୟବସ୍ଥା କରୁଥିଲେ ସେଥିରେ କୌଣସି କାରଣରୁ ବିଫଳ ହୋଇଥିଲେ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରବେଶ ପତ୍ର(ଏଡମିଟ୍ କାର୍ଡ) ଆସିନଥିଲା ।ଏବିଷୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରବର୍ଗକୁ ବିଦ୍ୟାଳୟ କର୍ତ୍ତୃପ କ୍ଷ ଅନ୍ଧାରରେ ରଖିଥିଲେ ।ଏହା ସ୍ୱତ୍ତ୍ୱେବି ବିଦ୍ୟାଳୟ କର୍ତ୍ତୃପକ୍ଷ ଆସିବ ବୋଲି କହି ଭୂଆଁ ବୁଲାଇ ଚାଲିଥିଲେ ।ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରବେଶ ପତ୍ର(ଏଡମିଟ୍ କାର୍ଡ) ବିଷୟରେ ପରୀକ୍ଷା ପୂର୍ବଦିନ ମଧ୍ୟ ପରିବାର ବର୍ଗ ପଚାରିଥିଲେ ସେତେବେଳେ ସେମାନେ ପଞ୍ଜିକୃତ ହୋଇନଥିବା ଜାଣିବାକୁ ପାଇଥିଲେ । ଏହାପରେ ଏ.ଜୟକୁମାର ଓ ତାଙ୍କ ପରିବାରବର୍ଗ ପାରଳାଖେମୁଣ୍ଡି ଆସି ଜିଲ୍ଲାପାଳଙ୍କ ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଡକାଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ବିଷୟରେ ତଦନ୍ତ ହେବ ଓ ତାହାର ରିପୋର୍ଟ ଆସିବ । ରିପୋର୍ଟକୁ ଆଧାର କରି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କିନ୍ତୁ ୫ଜଣ ଛାତ୍ରଛାତ୍ରୀଙ୍କ ଏକ ବର୍ଷ ନଷ୍ଟ ହେବା ନିଶ୍ଚିତ ଏଥି ପାଇଁ ଦାୟୀ କିଏ ? ଗଜପତି ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କ ଅଭାବରୁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ବନ୍ଦ ହେଉଥିବା ବେଳେ ଅନ୍ୟପକ୍ଷରେ ଛତୁ ଫୁଟିଲା ଭଳି ଖୋଲୁଛି । ସେଗୁଡିକର ସବିଶେଷ ତଥ୍ୟ ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ନିୟମିତ ଯାଞ୍ଚ କରିବା କଥା, ବିଭାଗୀୟ କର୍ତ୍ତୃପକ୍ଷ ମାନେ ଶିକ୍ଷକ ବଦଳି ଓ ଡେପୁଟେସନ କରିବା ଓ ସଭାସମିତିରେ ଭାଷଣ ଦେବା କାର୍ଯ୍ୟରେ ଅଯଥାରେ ବ୍ୟସ୍ତ ରହି ମୁଖ୍ୟ କାର୍ଯ୍ୟଗୁଡିକ କରିବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ସେହି କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସମଗ୍ର ଜିଲ୍ଲାରେ ଆଲୋଚନା ହେଉଛି । ରାଜ୍ୟ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡୁଥିବା ବିଷୟକୁ ଗମ୍ଭୀରତାର ସହ ନେଉଛନ୍ତି । ତେବେ ଏଭଳି ଘଟଣା ଗୁଡିକୁ ମଧ୍ୟ ସମାନ ଦୃଷ୍ଟିରେ ଦେଖିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ବେଳେ ଥାଉଥାଉ ରାଜ୍ୟ ସରକାରଙ୍କ ଏଭଳି ସମସ୍ୟ ।ଗୁଡିକ ପ୍ରତି ଉପଯୁକ୍ତ ଧ୍ୟାନ ନଦିଅନ୍ତି ତେବେ ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ସୁଦ୍ଧା ବିକଶିତ ଭାରତ ଗଠନ କରିବାର ସ୍ୱପ୍ନ ଦେଖୁଛନ୍ତି ସେଥିରେ ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି ।