ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ମନୋଜ ପାଢ଼ୀ): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁମ୍ମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବାଦୀଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ର ଲେକାଶ ଶବର ଓ ରୁହିତ ରଇତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ବାଇକରେ ଯାଉଥିଲେ । ଏହି ସମୟରେ ହଠାତ୍ ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ବାଇକ ସ୍ଲିପ ହୋଇ ହୋଇ ଦୁର୍ଘଟଣା ହୋଇଥିଲା । ବାଇକରୁ ପଡ଼ି ଦୁଇ ଛାତ୍ର ମଧ୍ୟରୁ ଜଣକର ହାତ ଭାଙ୍ଗିଯାଇଥିବା ବେଳେ ଆଉ ଜଣଙ୍କ ମୁହଁରେ ସାଙ୍ଘାତିକ ଭାବରେ ମାଡ଼ ହୋଇଛି । ଆଖ ପାଖରେ ଥିବା ଗ୍ରାମର ଲୋକମାନେ ଦୁଇ ଛାତ୍ର ବାଇକରୁ ପଡ଼ିଥିବା ଦେଖି ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁମ୍ମା ଚିକିତ୍ସାଳୟକୁ ପଠାଇଛନ୍ତି । ବର୍ତ୍ତମାନ ଦୁଇ ଛାତ୍ରଙ୍କ ପରୀକ୍ଷାକୁ ନେଇ ଏବଂ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି ପରିବାର ବର୍ଗ।