ମହେନ୍ଦ୍ରଗଡ଼ରେ ମହା ଶିବରାତ୍ରି ମହା ଆଡ଼ମ୍ବରରେ ଅନୁଷ୍ଠିତ ।

ମହେନ୍ଦ୍ରଗଡ଼ରେ ମହା ଶିବରାତ୍ରି ମହା ଆଡ଼ମ୍ବରରେ ଅନୁଷ୍ଠିତ ।

ମହେନ୍ଦ୍ରଗଡ଼ରେ ମହା ଶିବରାତ୍ରି ମହା ଆଡ଼ମ୍ବରରେ ଅନୁଷ୍ଠିତ ।

ଗଜପତି ତା 15.02.26(ମନୋଜ ପାଢ଼ୀ):- ରିଖ ରବିବାର ଦିନ ରା ଉଦୟଗିରି ବ୍ଲକ ଅଧିନସ୍ଥ ମହେନ୍ଦ୍ରଗଡ଼ ଠାରେ ମହାଶିବରାତ୍ରି ମହା ସମାରୋହରେ ଅନୁଷ୍ଠିତ | ଆଜି ସକାଳେ ସକାଳ ପହଡ ପରେ ମଙ୍ଗଳ ଆଳତି, ବାଳ ଭୋଗ ଓ ପରେ ଭକ୍ତ ଗଣଙ୍କ ଦର୍ଶନ ନିମନ୍ତେ ଖୋଲା ରହିଥିଲା |ମହେନ୍ଦ୍ରଗଡ଼ ଗ୍ରାମ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ବେଛାସେବୀ ମାନେ ଧାଡିରେ ଭକ୍ତ ମାନଙ୍କୁ ଦର୍ଶନ କରାଇଥିଲେ | ଯାନବାହାନ ନିୟନ୍ତ୍ରଣ ପାଇଁ ସ୍ବେଛାସେବୀ ମାନେ ବ୍ୟବସ୍ଥିତ ଢଙ୍ଗରେ ଗାଡି ମାନଙ୍କୁ ମନ୍ଦିର ଠାରୁ ଦୂରରେ ବ୍ୟବସ୍ଥା କରିଥିଲେ | ଆଜି ମନ୍ଦିର ପରିସରରେ ସାହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା | ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ବାହିନୀ ସହଯୋଗ କରିଥିଲେ | ସଂଧ୍ୟା ଆଳତି ପରେ ଜାଗର ନିମନ୍ତେ ବହୁ ସଂଖ୍ୟକ ଭକ୍ତ ରୁଣ୍ଢ ହୋଇ ଯେ ଯାହାର ଦୀପକୁ ସନ୍ତର୍ପଣରେ ଧ୍ୟାନର ସହ ପ୍ରଭୁ ଶିବଙ୍କୁ ନିଜ ମନୋସ୍କାମନା ନିମନ୍ତେ ଚିନ୍ତନ କରିଥିଲେ |

ଆଜି ଠାକୁରଙ୍କର ପୂଜା ହୋମ ଓ ଗ୍ରାମ ପରିକ୍ରମା ପରେ ମହାଦୀପ ରାତ୍ର 1ଘଣ୍ଟା ସମୟରେ ମନ୍ଦିର ଚୂଡ଼ାକୁ ଉଠିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବାଦଗଡର ମହାଭାରତ ନାଟକ ମଞ୍ଚସ୍ଥ ହେବ ବୋଲି ସୂଚନାରୁ ଜଣାପଡିଛି |ବହୁ ସଂଖ୍ୟକ ଦୋକାନ ବଜାର ଖୋଲା ଯାଇଛି | ମହେନ୍ଦ୍ରଗଡ଼ ଗ୍ରାମବାସୀ,ଗ୍ରାମ କମିଟି,ତ୍ରିରଙ୍ଗା ଯୁବକ ସଂଘର ସଦସ୍ୟବୃନ୍ଦ, ଅଞ୍ଚଳବାସୀ ସମ୍ପୂର୍ଣ ସହଯୋଗ କରିଥିଲେ |