ମହାଶିବରାତ୍ରୀ ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ଦୁଇ ଶୈବ ପୀଠ ରୁ ୭୦ୟୁନିଟ ରକ୍ତ ସଂଗୃହୀତ

ମହାଶିବରାତ୍ରୀ ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ଦୁଇ ଶୈବ ପୀଠ ରୁ ୭୦ୟୁନିଟ ରକ୍ତ ସଂଗୃହୀତ

ମହାଶିବରାତ୍ରୀ ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ଦୁଇ ଶୈବ ପୀଠ ରୁ ୭୦ୟୁନିଟ ରକ୍ତ ସଂଗୃହୀତ…

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୫-୦୨-୨୦୨୬ରିଖ (ରବି ବାର)ପବିତ୍ର ମହା ଶିବରାତ୍ରି ଅବସର ରେ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲ ପାଲି ଗ୍ରାମ ର ଝାଡେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣ ରେ ମନ୍ଦୀର ପରିଚାଳନା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଝାଡେଶ୍ୱର ମନ୍ଦୀର ପରିଚାଳନା କମିଟି ର ସଭାପତି ଶ୍ରୀ ସୁକାନ୍ତ ଭୋଇ, କମିଟି ଉପଦେଷ୍ଟା ତୋଷବନ୍ତ ଦାଶ,କିଶନ ଲାଲ ଗୌଠୱାଲ,ସରସରା ସରପଞ୍ଚ ସୁନୀତା ଭୋଇ, ଖୁଣ୍ଟପାଲି ସରପଞ୍ଚ ବେଲାର ମେହେର, ନିଲେଶ୍ୱର ସରପଞ୍ଚ ନିରଞ୍ଜନ ମଲ୍ଲିକ,ଯୁବ ନେତା ଧର୍ମରାଜ ଭୋଇ, କ୍ଷୀରୋଦ୍ର ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଠିକ୍ ସେହିପରି ବରଗଡ଼ ବ୍ଲକ ଅନ୍ତର୍ଗତ ଗାଈସୀମା ଗ୍ରାମ ରେ ଥିବା ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ୱର ମନ୍ଦୀର ଠାରେ ମନ୍ଦୀର ପରିଚାଳନା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବରଗଡ଼ ଜଙ୍ଗଳ ବିଭାଗ ର ରେଞ୍ଜର ରଞ୍ଜିତ ବାବୁ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୭୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।