ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଗଜପତି,୫.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ପୁରାତନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି , ଏହି ବିଦ୍ୟାଳୟ 105 ବର୍ଷ ର ପୁରାତନ ବିଦ୍ୟାଳୟ , ଏହି ବିଦ୍ୟାଳୟ ର ଛାତ୍ରୀ ମାନେ ଏଠି ପଡ଼ି ଆଜି ସାରା ଦେଶବିଦେଶ ରେ ଉଚ୍ଚ ପଦପି ରେ ବିଦ୍ୟାଳୟ ର ସୁନାମ ଆଣିଛନ୍ତି , ଆଜିର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀ ମାନଙ୍କୁ ଉଚ୍ଚ ସ୍ବପ୍ନ ଦେଖିବାପାଇଁ କହିଥିଲେ, ବିଧାୟକ ତାଙ୍କ ଅଭିଭାଷଣ କୋହିଛନ୍ତି କି ଏହି ପୁରାତନ ବିଦ୍ୟାଳୟ ର ଉନ୍ନତି ପାଇଁ ଯାହାବି ସହାୟତା ଆବଶ୍ୟକ ରହିଛି ମୁ ନିଶ୍ଚିତ ପୂରଣ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ବିଧାୟକ ସମେତ ଅନ୍ୟ ଅତିଥି ଭାବେ ପୌର ଅଧକ୍ଷ୍ୟା ନିର୍ମଳା ସେଠି, ପୁରାତନ ପୌର ଅଧକ୍ଷ ନୃସିଂହ ଚରଣ ପଟ୍ଟନାୟକ, ଉପ ଶିକ୍ଷା ଅଧିକାରୀ ଏସ ଗିରିଧାରୀ,ଏହି ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଜି ସୁଦର୍ଶନ ରାଓ, ପ୍ରଧାନ ଶିକ୍ଷକ ଏସ କିରଣ କୁମାର, ଜଗନ୍ନାଥ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ସେସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ ହୋଇଥିଲେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।