ଭିଡ଼କୁ ନେଇ ବସ୍ଯାତ୍ରୀଙ୍କ ମଧ୍ୟରେ ମାର୍ପିଟ।
ଗଜପତି,୪.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲାରେ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି! କେଉଁଠି ଯାତ୍ରୀଙ୍କ ପରିବର୍ତ୍ତେ ବସ୍ରେ ଛେଳି ବୁହାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ପରିବହନ ବ୍ୟବସ୍ଥା ହିଁ ନାହିଁ I ଆଜି ବି ଲୋକେ ନିଜ ଗ୍ରାମକୁ ମୁଖ୍ୟରାସ୍ତାରେ ଓହ୍ଲାଇ ଚାଲି ଚାଲି ଯିବାଆସିବା କରୁଛନ୍ତି। ଆଉ ଯେଉଁ ଅଞ୍ଚଳରେ ବସ୍ ଚାଲୁ ରହିଛି ଓଭରଲୋଡିଂ ଯୋଗୁ ଯାତ୍ରୀଙ୍କ ମଧ୍ୟରେ ମାରପିଟ ହେଉଛି। ଗତ ସରକାରଙ୍କ ଅମଳରେ ଯେଉଁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯିବା ଯୋଗୁଁ ପରିବହନ ବ୍ୟବସ୍ଥା କିଛିଟା ସୁଧୁରିଛି । ହେଲେ ଯେଉଁ ଅଞ୍ଚଳରେ ସ୍ବଛ ପରିବହନ ବ୍ୟବସ୍ଥା ହୋଇଛି ସେହି ଆଞ୍ଚଳରେ ବସ୍ରେ ଯାହାଯତ କରୁଥିବା ଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି। ଗତକାଲି ଗଜପତି ଜିଲ୍ଲା ଗୋଷଣି ବ୍ଲକବାଘଶାଳାରେ ମୁଖ୍ୟମନ୍ତ୍ରୀ ବସ୍ରେ ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ପାଟିତୁଣ୍ଡ ହେବାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଘଟଣା ସମ୍ପର୍କରେ ଆଜି ବାଘଣାଳା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ମୁଖ୍ୟମନ୍ତ୍ରୀ ବସ୍କୁ କିଛି ସମୟ ପାଇଁ ଅଟକାଇଥିଲେ । ଏଥିରେ ବସକର୍ମଚାରୀଙ୍କ କୌଣସି ଭୂମିକା ନଥୁବାରୁ ଛାଡ଼ି ଦେଇଥିଲେ ।
ଏହି ରୁଟ୍ ରୁଟ୍ରେ ଏକମାତ୍ର ବସ ରହିବା ଯୋଗୁଁ ପ୍ରବଳ ଭିଡ଼ ହେଉଛି। ଗତକାଲି ମଧ୍ୟ ଏପରି ଭିଡ଼ ହୋଇଥିଲା I ବସ୍ କର୍ମଚାରୀ ବସ୍ରେ ମାତ୍ରାଧୂକ ଭିଡ଼ ଥିବା ଯୋଗୁଁ କେତେକ ଗ୍ରାମରେ ବସ୍କୁ ଅଟକାଇ ନ ଥିଲେ | ବାଘଶାଳା ଗ୍ରାମରେ କିଛି ଲୋକେ ଭିଡ଼ ଦେଖା ମଧ୍ୟ ବସ୍ ମଧ୍ୟରେ ଚଢ଼ିଥିଲେ। ମାତ୍ରାଧିକ ଯାତ୍ରୀ ରହିଥିବା ରୁ କିଛି ଲୋକଙ୍କୁ ବସ୍ ଭିତରକୁ ଯିବାକୁ ବସ ଚଢୁଣ୍ତା କହିଥିଲେ। ହେଲେ ବସ୍ ଭିତରେ ଜାଗା ନଥୁବାରୁ ସେମାନେ ଭିତରକୁ ଯାଇପାରିନଥିଲେ । ବସ୍ ଚଢ଼ିବା ଏକ ଦମ୍ପତି ଏବଂ ବାଘଶାଳା କିଛି ଲୋକ ବସ୍ରେ ଯାତ୍ରା କରୁଥିବା କଲେଜ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏପରି କି ଜଣେ ବୃଦ୍ଧ ଛାତ୍ରଙ୍କୁ ପଥରରେ ମାରିବା ପାଇଁ ପ୍ରୟାସ ମଧ୍ୟ କରିଥିଲେ ।
ମାଡ଼ ଖାଇଥିବାଛାତ୍ର ଓ ମରିବା ଲୋକଙ୍କ ମଧ୍ୟରେ ଠେଲାପେଲା, ଧକ୍କା ମରାମତି, ମାରପିଟ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା ।ଶେଷରେ ବାଘଶାଳା ଗ୍ରାମଦାସୀ ଓ ବସ୍ରେ ବସିଥିବା ଯାତ୍ରୀ ଏପରି ଗଣ୍ଡଗୋଳ ରୋକିଥିଲେ। ଖବର ପାଇ ଗୁରାଣ୍ଡି ପୁଲିସ ପହଞ୍ଚି ବୁଝା ସୁଝା କରିଥିଲେ । ଆଜି ଗଣ୍ଡଗୋଳକୁ ନେଇ ଦସକୁ ଅଟକାଇ ପରାଇଟରା କରି ଛାଡ଼ିଦେଇଥିଲେ । ଏନେଇ ବସ କର୍ମଚାରୀ କହିଛନ୍ତି ଭିଡ଼ ଜମିଲେ ବସ ଧଚଢ଼ିବା ପାଇଁ କହିଲେ ମଧ୍ୟ ଜବରଦସ୍ତ ଭାବେ ଲୋକେ ପଣିଆସୁଛନ୍ତି ଏବଂ ସେମାନେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ହେଉଛି। ଏପରି ସମସ୍ୟା ପାଇଁ ମୁଖ୍ୟତଃ ପରିବହନ ବିଭାଗ ହିଁ ଦାୟୀ ବୋଲି ବାସା କହିଛନ୍ତି । ପାରଳାଖେମୁଣ୍ଡି ସାତମାଇଲ, ବାଘଣାଳା, ଶରଧାପୁର, ଜଙ୍ଗଲପାତୁ, ଗାରାବନ୍ଧ ଓ ରମ୍ପା ରୁଟ୍ରେ ଆଉ ଗୋଟିଏ ବସ୍ ଚଳାଚଳ କଲେ ଯାତ୍ରୀଙ୍କ ସୁବିଧା ହାଇପାରିବ ବୋଲି କହିଛନ୍ତି।
