ସମ୍ବଲପୁରୀ ଭାଗବତ ପ୍ରଣେତାଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି।
ବରଗଡ ୦୨,୦୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଡୁମ୍ବେରପାଲି ଭାଗବତ୍ ପରିଷଦ୍ ତରଫରୁ ସମ୍ବଲପୁରୀ ଭାଗବତ ପ୍ରଣେତା ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ୭୫ ତମ ଜନ୍ମ ଦିନ ପାଳିତ ହୋଇ ଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଡ. ସୁବାସ ମେହେର, ମୁଖ୍ଯବକ୍ତା ଭାବରେ ବିପ୍ଲବୀ କବି ନିତିଶ ଚନ୍ଦ୍ର ଆଚାର୍ଯ୍ଯ, ସମ୍ମାନୀତ ଅତିଥି ଭାବରେ ସାହିତ୍ୟିକ ଗୌରଚରଣ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଭାଗବତ ପରିଷଦର ସମ୍ପାଦକ ନାରାୟଣ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ବିକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କେଦାରନାଥ ସାହୁ ସଂଯୋଜନା କରିଥିଲେ । ବନମାଲି ସାହୁ, ଦୟାନନ୍ଦ ସାହୁ, ସୁଶୀଲ ସାହୁ, ନବିନ ସା, ସନ୍ତୋଷ ସାହୁ ପ୍ରମୁଖ ଭାଗବତ ପ୍ରେମୀ ଉପସ୍ଥିତ ଥିଲେ ।
