ନିଷ୍ଠା ପରିବାର, ସାଇ ରାମ ଫର୍ଟିଲାଇଜର ଓ ପେଷ୍ଟିସାଇଡ ତରଫ ରୁ ରକ୍ତ ଦାନ ଶିବିର ୭୩ୟୁନିଟ ରକ୍ତ ସଂଗୃହୀତ…
ବରଗଡ ୦୧,୦୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଳା ବରମକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସହଁରାଟିକ୍ରା ସାଇ ରାମ ଫର୍ଟିଲାଇଜର ଓ ପେଷ୍ଟିସାଇଡ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସହଁରାଟିକ୍ରା ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ସାଇ ରାମ ଫର୍ଟିଲାଇଜର ର ମାଲିକ ଶ୍ରୀ ଟି.ରାମୁଡୁ , ଟି.ଶଙ୍କର ବାବୁ, ଟି.ସତ ବାବୁ, ଟି.ମହେଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଚାଷୀ ଭାଇ ମାନଙ୍କୁ ନେଇ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଅନେକ ଚାଷୀ ଯୋଗ ଦେବା ସହ ଖୁସୀ ମନ ରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୭୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସାଇ ରାମ ଫର୍ଟିଲାଇଜର ଓ ପେଷ୍ଟିସାଇଡ ର ସମସ୍ତ କର୍ମଚାରୀ ସହଯୋଗୀ, ଶୁଭେଛୁ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଶିବିର ର ସୁପରିଚାଳନା କରିଥିଲେ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାଇ ରାମ ଫର୍ଟିଲାଇଜର ଓ ପେଷ୍ଟିସାଇଡ ର ଟି.ରାମୁଡୁ ଓ ଟି. ସତ ବାବୁ ଙ୍କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ନିଷ୍ଠା ପରିବାର ତରଫ ରୁ ସାଇ ରାମ ଫର୍ଟିଲାଇଜର ଓ ପେଷ୍ଟିସାଇଡ ର ସମସ୍ତ ଙ୍କୁ ହୃଦୟ ରୁ ଧନ୍ୟବାଦ ଓ କୃତଜ୍ଞତା।
