ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଙ୍ଗଠନ ଦ୍ଵିତୀୟ ବାର୍ଷିକ ଉତ୍ସବ ପପଂଗା ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଐତିହାସିକ ପୀଠ ପପଂଗା ପାହାଡ଼ ପାଦଦେଶରେ ସଂଯୁକ୍ତ କୃଷକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ୨୫/୨୬ ର ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପପଂଗା ପାହାଡ଼ ପାଦଦେଶରେ ଥିବା ବୀରସୁରେନ୍ଦ୍ର ସାଏ କଂ ପ୍ରତି ମୂର୍ତ୍ତି ନିକଟରେ ଧୂପଦୀପ ଓ ପୁଷ୍ପମାଲ୍ୟ ସହିତ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବରଗଡ ଜିଲ୍ଲା ୧୨ଟି ବ୍ଲକ ର ୧୭ ଟି ଶାଖା ଓ ସହଯୋଗୀ ଅନୁଷ୍ଠାନ ଯୋଗ ଦେଇ ଚାଷୀ ମାନଙ୍କ ଜୀବନ ଓ ଜୀବିକା କୁ ସୁରକ୍ଷିତ ରଖିବା ପାଇଁ ଆଲୋଚନା କରିବା ସହିତ ଭବିଷ୍ୟତ ରଣ ନୀତି ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଂଚାଳନ ଓ ପରିଚାଳନା କରିଥିଲେ, ଏଡ୍ଭୋକେଟ ନରେନ୍ଦ୍ର କୁମାର ଭୋଇ । ଏଥିରେ ସଂଯୁକ୍ତ କୃଷକ ସଙ୍ଗଠନ ର ସଭାପତି ଉତ୍ପନ୍ନ କୁମାର ଭୋଇ ସଭାପତିତ୍ବ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଓ ଆଇନ ପରାମର୍ଶଦାତା ଅଜିତ ଶତପଥୀ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହା ସହିତ କୋଶଲ ସେନା, ସଂକଳ୍ପ ପରିବାର, ବରଗଡ ନାଗରିକ ମଂଚ ଓ ବରିଷ୍ଠ ଓ କନିଷ୍ଠ ଚାଷୀ ନେତା ମାନେ ଚାଷୀ ର ସୁବିଧା ଓ ଅସୁବିଧା ନିଜର ଅଂଗେ ନିଭାଇଥିବା ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିବା ସହ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ସଂଯୁକ୍ତ କୃଷକ ସଙ୍ଗଠନ ସଂପାଦକ ସୁଦାମ ପାତ୍ର, କୁନା ପ୍ରଧାନ, ଲୋକନାଥ ଦାଶ, ବିଜୟ ଲହରିଆ, ଚୂଡାମଣି ଛନ୍ଦ, ନରୋତ୍ତମ ବଗର୍ତ୍ତୀ ଓ ବିଜନ୍ ପାଢୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଦ୍ଵିତୀୟ ଅଧିବେଶନରେ ବର୍ତ୍ତମାନ ଚାଷୀ ର ସମସ୍ୟା, ଟୋକନ ସମସ୍ୟା,ଧାନ ବିକ୍ରି ଓ ଉପଯୁକ୍ତ ସମୟରେ ସାର ମିଳିବା ଉପରେ ଆଲୋଚନା ହୋଇଥିଲା।ଏବଂ ଆସନ୍ତା 6 ଫେବୃୟାରୀ ଦିନ ଝାରବନ୍ଧ ତହସିଲ ଅଫିସ ଘୋରାଉ କରାଯିବ ଏବଂ ଯଦି ସମସ୍ତ ଚାଷୀଙ୍କ ଟୋକନ ସାତଦିନ ମଧ୍ୟରେ ନ ଆସେ ଏବଂ ସମସ୍ତ ଧାନ କିଣା ନ ଯାଏ ତାହାହେଲେ ୧୦ ଫେବୃଆରୀ ରୁ ସମସ୍ତ ତହସିଲ ଅଫିସ ରେ ଧାନ ପଡିବା ନିଷ୍ପତ୍ତି ନିଆଯାଇଛି। ଭବିଷ୍ଯତ କାର୍ଯ୍ୟ ପନ୍ଥା ଅବଲମ୍ବନ ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁବାସ ସାମନ୍ତରାୟ, ରୋହିତ ପଧାନ, ପଞ୍ଚାନନ ସାହୁ, ସୁବାସ ପଧାନ, ସୁନୀଲ ମହାପାତ୍ର, କାରଣ ସାହୁ, ନାରାୟଣ ପଣ୍ଡା, ତପନ ମିଶ୍ର, ପ୍ରଭାତ ସାହୁ, ପ୍ରେମରାଜ ସାହୁ, ରବିଶଙ୍କର ପଧାନ, ଥବିର ସାହୁ, ଈଶାନ୍ତ ଭୋଇ, ପ୍ରକାଶ ବେହେରା, ନିରଞ୍ଜନ ପଧାନ, ବବ୍ରୁ ସାହୁ, ବିରେନ କର, ସୁବାସ ବିଶ୍ୱାଳ, ଭବାନୀ ସାହୁ, ଶୟନ ପଣ୍ଡା, ବୀରବଳ ମହାକୁଡ଼, ବିକାଶ ଅଗ୍ରୱାଲ ସରକାରଙ୍କ ତ୍ରୁଟି ପୂର୍ଣ୍ଣ କୃଷି ନୀତି ଏବଂ ପ୍ରଶାସନିକ ନିଷ୍କ୍ରିୟତା ପ୍ରସଙ୍ଗରେ ଆଲୋଚନା କରିଥିଲେ ପରେ ସୁଦାମ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
