୧୦୫ ଜଣ ରକ୍ତଦାତାଙ୍କ ସହିତ ଡ଼ଃ ନରେଶ ଚନ୍ଦ୍ର ସାହୁ୧୦୦ ତମ ରକ୍ତଦାନ
ଦାମନଯୋଡି : ତାରିଖ ୩୧.୧.୨୦୨୬: ନବରତ୍ନ କମ୍ପାନୀ ନାଲକୋ ,ଦାମନଯୋଡିସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଶହୀଦ ଦିବସ ପାଳନ ଅବସରରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ମିଳିତ ଆନୁକୁଲ୍ୟରେ ଏକ ବିରାଟ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି। ବିଦ୍ୟା ମନ୍ଦିରର ବରିଷ୍ଠ ଶିକ୍ଷକ ତଥା ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡକ୍ଟର ନରେଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ ଅତିଥି ଭାବେ ନାଲକୋ ସି ଆଇ ଏସ ଏଫ୍ ର ବରିଷ୍ଠ କମାଣ୍ଡାଣ୍ଟ ସତ୍ୟ ଦେବ୍ ଆର୍ଯ୍ଯ, ନାଲକୋ କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ ଅମରେନ୍ଦ୍ର ମିଶ୍ର, ମହା ପ୍ରବନ୍ଧକ(ଫାଇନାନ୍ସ ) ପ୍ରଶାନ୍ତ କୁମାର ମହାରଣା ତଥା ଏସଭିଏମର ପରିଚାଳନା ସମିତିର ପ୍ରଶାସନିକ ସଭ୍ୟ ଚଂଦ୍ର ମୋହନ ମହନ୍ତ ଶିବିର ଉଦଘାଟନ କରିଥିଲେ। ନାଲକୋ ବିଦ୍ୟାମନ୍ଦିର ସଂପାଦକ ଡକ୍ଟର ଚିତ୍ତରଂଜନ ମିଶ୍ର, ଏସ ଏଲ ଏନ ମେଡିକାଲ୍ କଲେଜର ଅଧୀକ୍ଷକ ଡ଼ାଃ ସୁଶାନ୍ତ କୁମାର ସାହୁ, ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ ଶେଖର ବାହିନୀପତି,ଆର ଆଇ ପି କେ ମହାରଣା, ବରିଷ୍ଠ ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାଙ୍କୁ ଉସ୍ଚାହିତ କରିଥିଲେ। ଉକ୍ତ ଶିବିରରେ ନିଜେ ଇ ଡି ଅମରେନ୍ଦ୍ର ମିଶ୍ର ଓ ଜି ଏମ୍ ଫାଇନାନ୍ସ ପି କେ ମହାରଣା ରକ୍ତଦାନ ପୂର୍ବକ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଉତ୍ସ ସାଜିଥିଲେ।ଡକ୍ଟର ନରେଶ ଚନ୍ଦ୍ର ସାହୁ ଆଜି ତାଙ୍କର ବ୍ୟକ୍ତିଗତ ୧୦୦ତମ ରକ୍ତଦାନ କରି ସେଞ୍ଚୁରିଆନ କ୍ଲବରେ ପ୍ରବେଶ କରିବା ସହ ସମସ୍ତେ ନିଜର ସାମାଜିକ ଦାୟିତ୍ୱ ତୁଲାଇଥିବା ପାଇଁ ଆହ୍ଵାନ କରିଥିଲେ।ସେହିପରି ଡଃ ଅଶୋକ ମହାନ୍ତି ତାଙ୍କର ୭୧ ତମ ଓ ପ୍ରଦୀପ କୁମାର ତ୍ରିପାଠୀ ତାଙ୍କର ୬୦ତମ, ଡ଼ଃ ଜଳେନ୍ଦ୍ର ତ୍ରୀପାଠୀ ତାଙ୍କର ୬୭ତମ ଓ ଶେଫାଳୀ ପଟ୍ଟନାୟକ ତାଙ୍କ ନିକ ଜନ୍ମ ଦିନ ପାଳନ ଅବସରରେ ୧୮ତମ ରକ୍ତଦାନ କରିଥିଲେ। ଉକ୍ତ ଶିବିରରେ ୨୧ ଜଣ ଦମ୍ପତିଙ୍କ ସମେତ ସମୁଦାୟ ୧୦୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ଦାମନଯୋଡି, ମାଥାଲପୁଟ, ଭେଜପୁଟ , ସେମିଳିଗୁଡା ଓ ସୁନାବେଡା ରୁ ବହୁ ସଂଖ୍ୟାରେ ରକ୍ତଦାତା ଆସି ରକ୍ତଦାନ କରିଥିଲେ।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିଆରସିଂହ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତାଙ୍କ ଷ୍ଟାଫ ରଞ୍ଜିତ ସାହୁ, ଗୀତା ଓ ଅଜିତ ଗୌଡ଼ ରକ୍ତ ସଂଗ୍ରହ କରିଥିଲେ। ଡକ୍ଟର ନରେଶ ଚନ୍ଦ୍ର ସାହୁ , ପ୍ରଦୀପ ତ୍ରୀପାଠୀ, ରଚନା ମିଶ୍ର,ସ୍ମୃତି ପାଢ଼ୀ,ନାରାୟଣ ଲାମତା ଓ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବର ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଫବିଡିଓ ,ସଂପାଦିକା ସ୍ନିଗ୍ଧାରାଣୀ ମିଶ୍ର, ପବିତ୍ର ସାହୁ, ପ୍ରଦୀପ ତ୍ରୀପାଠୀ, ବିଜୟ ସାହୁ, ନଳିନୀ ସେନାପତି, ଜୟ ବାଡତ୍ୟା, ଜ୍ୟୋସ୍ନା ବେହେରା,ଗଣେଶ ସାହୁ ଓ ଏ ମ ପଟନାୟକ ସହଯୋଗ କରିଥିଲେ।ସମସ୍ତ ରକ୍ତଦାତାଙ୍କୁ ସମ୍ମାନୀତ କରାଯାଇ ଥିଲା।
