ଓଡ଼ିଆ ଭାଷା ସାହିତ୍ୟ କୁ ଗଜପତି ର ଦାନ ଅତୁଳନୀୟ ।

ଓଡ଼ିଆ ଭାଷା ସାହିତ୍ୟ କୁ ଗଜପତି ର ଦାନ ଅତୁଳନୀୟ ।

ଓଡ଼ିଆ ଭାଷା ସାହିତ୍ୟ କୁ ଗଜପତି ର ଦାନ ଅତୁଳନୀୟ ।

ଗଜପତି, (30.1.2026)ମୋହନା ହିଲ ଟପ ମହାବିଦ୍ୟାଳୟ ଠାରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି,କବି କଳହଂସ ଗୋପାଳ କୃଷ୍ଣ ପଟ୍ଟନାୟକ,ବିଶିଷ୍ଟ ଭାଷାତତ୍ୱବିତ ଗୋପୀନାଥ ନନ୍ଦ,ଶ୍ୟାମ ସୁନ୍ଦର ରାଜଗୁରୁ,ନାଟ୍ୟକାର ରଘୁନାଥ ପରିଛା ପ୍ରମୁଖ ଙ୍କ ର ବିଶେଷ ଅବଦାନ ରହିଛି ବୋଲି ସ୍ଥାନୀୟ ହିଲଟପ୍ ସ୍ନାତକ ମହାବିଦ୍ୟାଳୟ ରେ ଓଡିଶା ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ସମ୍ପାନ ବୈଠକରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶୁଭ୍ରାକାନ୍ତ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଲୋଚକ ଡକ୍ଟର ଲମ୍ବୋଦର ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ,ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ର ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇଥିଲେ।ପରେ ପରେ ଆୟୋଜିତ ବୈଷୟିକ ଅଧିବେଶନ ରେ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନ ଓ ଡକ୍ଟର ଦୁର୍ଯ୍ୟୋଧନ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନ ଓ ଡକ୍ଟର ବିଶୁବ ରଞ୍ଜନ ପ୍ରଧାନ ଯୋଗ ଦେଇ ଓଡ଼ିଆ ବିଷୟ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ।
ଵିଷୟ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ କୁରେଶୁ ମହାରଣା।ଏହି ଅବସରରେ ପୂର୍ବରୁ ଆୟୋଜିତ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଗୀତାଞ୍ଜଳି ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଣାବାନନ୍ଦ ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ଗଜପତି ଜିଲ୍ଲା ରୁ ରିପୋର୍ଟ ମନୋଜ କୁମାର ପାଢୀ।