ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ। ଦିବଙ୍ଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ରାଜ୍ୟର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ସୂଚନା ଅନୁଯାୟୀ, ଆସନ୍ତାକାଲି ଅପରାହ୍ନ ୫ଟାରେ ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ NCP ବିଧାୟକ ଦଳର ବୈଠକ ହେବ, ଯେଉଁଥିରେ ସୁନେତ୍ରା ପାୱାରଙ୍କୁ ଦଳର ନେତା ଭାବେ ଔପଚାରିକ ଭାବେ ନିର୍ବାଚିତ କରାଯିବ।ଦଳୀୟ ସୂତ୍ର ଅନୁସାରେ, ବୈଠକ ପରେ ସିଧାସଳଖ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ସୁନେତ୍ରା ପାୱାରଙ୍କ ନେତୃତ୍ୱକୁ ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ମିଳିଥିବା କୁହାଯାଉଛି।ଏହି ଘଟଣାକ୍ରମକୁ ମହାରାଷ୍ଟ୍ର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ମୋଡ୍ ଭାବେ ଦେଖାଯାଉଛି।
