ଦୁଷ୍କର୍ମ ମାମଲା ଅଭିଯୋଗରେ ଫେରାର୍ ଥିବା ସମିତିସଭ୍ୟଙ୍କ ଆତ୍ମସମର୍ପଣ ।
ଗଜପତି, ୨୮.୧(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲ୍ଲା ନ୍ଯାୟଳୟ ରେ ମଙ୍ଗଳବାର ଆତ୍ମସମର୍ପଣ କରିଥିବା ତାଙ୍କ ଓକିଲ ଡି. ଭେଙ୍କଟରାଓ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ବାସୁଦେବ ରାଓ ଗତ ବିଧାନସଭା ନିର୍ବାଚନ ସମୟରେ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ତା ସହିତ ସେ ଉକ୍ତ ମହିଳାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ପରେ ଗୁରାଣ୍ଡି ଥାନାରେ ମାମଲା ରୁଜୁ ହେବା ପରେ ବାରମ୍ବାର ପରୱାନା କରାଯାଇଥିବା ବେଳେ ସେ ଫେରାର୍ ଥିବା ଜଣା ପଡ଼ିଥିଲା । ସୂଚନା ଯେ ସେ ତୋଟାଗୁମୁଡା ଗ୍ରମର ଏବଂ ଜଣେ ପୁର୍ବତନ ସୈନିକ । ତେବେ ସେ ଅଭିଯୋଗ ପ୍ରକାରେ କୌଣସି ଦୋଷୀ କାର୍ଯ୍ୟ କରିନାହାଁନ୍ତି, ଏସବୁ ମିଥ୍ଯା ଆରୋପ ଏବଂ ମାମଲା କରାଯାଇଛି ବୋଲି କହି ଆସୁଛନ୍ତି । ତେବେ ବର୍ତ୍ତମାନ ଆଜି ବାସୁଦେବ ରାଓ ଜିଲ୍ଲା ନ୍ଯାୟଳୟ ରେ ମଙ୍ଗଳବାର ଆତ୍ମସମର୍ପଣ କରିଥିବା ବେଳେ ଗୁରାଣ୍ଡି ପୁଲିସ୍ ପାଖରେ କୌଣସି ତଥ୍ଯ ନଥିବା ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର କହିଛନ୍ତି । ସେପଟେ ବାସୁଦେବ ରାଓ ଙ୍କୁ କାରାଗାର ହାଜତକୁ ପଠାଇ ଦିଆଯାଇଥିବା ତାଙ୍କ ଓକିଲ କହିଛନ୍ତି । ତେବେ ଆଗାମୀ ଦିନରେ କଣ ହେଉଛି ଏହି ମାମଲା ତାହା ଜଣାପଡ଼ିବ ।
