ଭାଜପାରେ ମିଶିଥିବା ୭ ଜଣ ଙ୍କ ମଧ୍ୟରୁ ପୁଣି ନିଜ ଘର ବିଜେଡିକୁ ବାହୁଡ଼ି ଛନ୍ତି ୪ ଜଣ

ଭାଜପାରେ ମିଶିଥିବା ୭ ଜଣ ଙ୍କ ମଧ୍ୟରୁ ପୁଣି ନିଜ ଘର ବିଜେଡିକୁ ବାହୁଡ଼ି ଛନ୍ତି ୪ ଜଣ

ଭାଜପାରେ ମିଶିଥିବା ୭ ଜଣ ଙ୍କ ମଧ୍ୟରୁ ପୁଣି ନିଜ ଘର ବିଜେଡିକୁ ବାହୁଡ଼ି ଛନ୍ତି ୪ ଜଣ ରାୟଗଡ଼(info media)ରାୟଗଡ଼ା ଜିଲ୍ଲା ରାଜନୀତି ବର୍ତ୍ତମାନ ଏକ ରୋଚକ ମୋଡ଼ରେ ପହଂଚିଛି । ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଷମକଟକ ପଞ୍ଚାୟତ ସମିତିର ୭ ସମିତି ସଭ୍ୟ ଓ ୨ ସରପଞ୍ଚ ବିଜେଡି ଛାଡି଼ ଗତ ଶନିବାର ଭାଜପାରେ ମିଶିଥିଲେ। ସୂଚନା ଯୋଗ୍ୟ ଯେ ରାୟଗଡ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଙ୍କ ଉପସ୍ଥିତ ରେ ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ମନମୋହନ ସାମଲ ବିଷମକଟକ ଅଂଚଳ ର 7 ଜଣ ସମିତି ସଭ୍ୟ ଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପି ରେ ମିଶାଇଥିବା ଭାଜପା ପକ୍ଷରୁ ଫଟୋ ଓ ପ୍ରେସ୍ ବିବୃତି ଛଡ଼ାଯାଇଥିଲା ।

ଭାଜପାରେ ଯୋଗଦେଇଥିବା ୭ ସମିତି ସଭ୍ୟ ହେଲେ ପଞ୍ଚୟତର ଅକ୍ଷୟ କୁମାର ହିକକା , ହାଟମୁନିଗୁଡ଼ାଲ ଦୁର୍ଯ୍ୟୋଧନ ପରିବାକା, ଡୁମୁରିନେଲିର ବୋଇଦ – ଭର୍ଡାକା, ହଜାରିଡ଼ାଙ୍ଗର ସୁକାନ୍ତ ବେନିଆ,ଡାଲିଆକୁ ଜିର କରୁଣାକର ସୁନା, ସାହାଡ଼ାର ଜୟନ୍ତ କଲକା ଏବଂ କୁର୍ଲି ର ତେଲଡୀ ହୁଇକା l ସେମାନ ଙ୍କ ମଧ୍ୟରୁ ମଙ୍ଗଳବାର ଦିନ ୪ଜଣ ପୁନର୍ବାର ନିଜର ପ୍ରାଥମିକ ଦଳ ଫେରିଛନ୍ତି । ବିଜେଡିକୁ ଫେରିଥୁବା ୪ଜଣ ସମିତି ସମିତିସଭ୍ୟ ହେଲେ ଡୁମୁରିନେଲିର ବୋଇଦ ଉର୍ଲାକା, ହଜାରିଡ଼ାଙ୍ଗର ସୁକାନ୍ତ ବେର୍ନିଆ, ସାହାଡ଼ାର ଜୟନ୍ତୀ କଲଜା ଏବଂ କୁର୍ଲି ଚେଲାଡ଼ି ହୁଇକା । ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିକୁ ଫେରିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ପୃକ୍ତ ସମିତି ସଭ୍ୟମାନେ ସୂଚନା ଦେଇଛନ୍ତି । ବିଷମକଟକ ନିର୍ବାଚନମଣ୍ଡଳୀର କଂଗ୍ରେସର ଟାଣୁଆ ନେତା ଦିଲୀପ ପଟ୍ଟନାୟକଙ୍କ ଇଙ୍ଗିତରେ ସେମାନେ ଭୁବନେଶ୍ବର ଯାଇ ଭାଜପାରେ ମିଶିଥିବା ଏବଂ ଦିଲୀପଙ୍କୁ ସେଠାରେ ନ ଦେଖିବା ପରେ ପୂଣି ଥରେ ବିଜେଡିକୁ ଫେରିଥିବା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷେ ନିଜ ବିଚକ୍ଷଣ ରାଜନୈତିକ ପଶାପାଳିରେ ଓ ଭାଜପାକୁ ମାତ୍ ଦେଇ ବିଷମକଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିଜଳାଙ୍କୁ ଜିତାଇଥିବା ଦିଲ୍ଲୀପ କ’ଣ ସତରେ ଭାଜପା ସହ ଜଡ଼ିତ ଅଛନ୍ତି କି ବୋଲି ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ! ଏ ନେଇ ଦିଲୀପ ପଟ୍ଟନାୟକଙ୍କ ଯୋଗାଯୋଗ କରଥିଲୁ ସେ ନିଜପ୍ରତିକ୍ରିୟା ରେ କହିଥିଲେ ଯେ ମୁଁ ସେମାନଙ୍କୁ ବିଜେପି ରେ ମିଶିବା ପାଇଁ କହିବା ର କଣ ପ୍ରମାଣ ଅଛିକି ବୋଲି କହିଥିଲେ lଠିକ ସେହିପରି ରାୟଗଡ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଙ୍କ ପ୍ରତିକ୍ରିୟା ନେବା ନିମନ୍ତେ ତାଙ୍କରି ଫୋନ ରେ ଯୋଗାଯୋଗ କରିଲୁ କିନ୍ତୁ ସେ ଫୋନ ର ଉତ୍ତର ଦେଇନଥିଲେ l ଯେଉଁମାନେ ଙ୍କୁ ଭୁବନେଶ୍ୱର ନେଇ ବିଜେପି ରେ ସାମିଲ କରାଗଲା ସେମାନେ କଣ ପାଇଁ ବିଜେଡି କୁ ଫେରିଲେ l

ସେମାନଙ୍କୁ ବିଜେପି ରେ ମିଶାଇବା ପୂର୍ବରୁ ଜ଼ିଲ୍ଲା ସଭାପତି ଜ଼ିଲ୍ଲା କିମ୍ବା ବିଷମକଟକ ନିର୍ବାଚନ ମଣ୍ଡଳୀ ର କୌଣସି ନେତା ନା ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ସହିତ ମଧ୍ୟ୍ୟ ଆଲୋଚନା କରିନଥିବା ବିଜେପି ର ବହୁ ନେତା କର୍ମୀ ଚର୍ଚ୍ଚା କରୁଥିବା ର ଶୁଣିବାକୁ ମିଳୁଛି ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ l