ଝରାପାଲି ମାର୍କେଟ ଥୁଆପାଲି ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ, ଥୁଆପାଲି ଠାରେ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଦେଶର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂକ୍ରିଡା ପେକ୍ସ ଠାରେ ସଭାପତି ସୁବ୍ରତ କୁମାର ଚାନ୍ଦ, ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଭେଡେନ ଜିଲ୍ଲା ପରିଷଦ ୨ ର ସଭ୍ୟ ସତ୍ୟଜିତ ପୁରୋହିତ, ପୂର୍ବତନ ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ସମସ୍ତ ଡାଇରେକ୍ଟର, କର୍ମଚାରୀ ଉପସ୍ଥିତ ରହିଥିଲେ। ସଂକ୍ରିଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଠାରେ, ରାଜସ୍ବ ବିଭାଗ ଅଧିକାରୀ ଡମ୍ବୁରୁଧର ସେଠ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅତାବିରା ଆରଏମ ସି, ଝରାପାଲି ମାର୍କେଟ ଇନ୍ଚାଜ ଯାମିନୀ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବିଦ୍ୟୁତ ବିଭାଗ, ଜଳସେଚନ ବିଭାଗ, ଥୁଆପାଲି ୟୁଜିଏମଇ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଓ ନ୍ୟୁ ଡନବସ୍କୋ ଏକାଡେମୀ ବିଦ୍ୟାଳୟ, ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ପକ୍ଷରୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ମାନେ ପ୍ରଭାତଫେରୀ ଝରାପାଲି ମାର୍କେଟ ପରିକ୍ରମା ସହିତ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।