କଳାପାଣି ସେଲୁଲାର ଜେଲ ଭିତରେ ମୁଣ୍ଡିଆ ମାରି ଜେଲ୍ ରେ ଫାଶୀ ପାଇ ସହିଦ ହୋଇଥିବା ଓ ବ୍ରିଟିଶ ଶାସକ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁବରଣ କରି ସହିଦ ହୋଇଥିବା ସମସ୍ତ କ୍ରାନ୍ତିକାରୀ ମାନଙ୍କୁ ଶ୍ରଦ୍ଧାଞଳି ଜ୍ଞାପନ କଲେ : ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ।
ବରଗଡ-୨୬,୧ (ଭବାନୀ ଶଙ୍କର ପାଢ଼ୀ) ଶ୍ରମ,ଦକ୍ଷତାବିକାଶ,ଟେକ୍ସଟାଇଲ ବିଭାଗ ର ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ ଏକ ୨ଦିନିଆ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ଗସ୍ତ କାର୍ଯ୍ୟକ୍ରମ କମିଟୀ ଅଧ୍ୟକ୍ଷ ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଏସ୍ ଆର୍ ବୋମାଇ ନେତୃତ୍ୱ ରେ ଅନୁଷ୍ଠିତ ଏହି ଗସ୍ତ କାର୍ଯ୍ୟକ୍ରମରେ ଦେଶର ଅନ୍ୟ ସାଂସଦ ମାନଙ୍କ ସହ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସାମିଳ ହୋଇଥିଲେ ।
ଭାରତ ଦେଶ କୁ ବ୍ରିଟିଶ ସାମ୍ରାଜ୍ୟ ରୁ ମୁକ୍ତି ଦେବା ର ସପନା ଦେଖି ମାଁ ମାଟି ପାଇଁ ସଂଘର୍ଷ କରୁଥିବା ସଂଗ୍ରାମ କରୁଥିବା ବିପ୍ଲବୀ କ୍ରାନ୍ତିକାରୀ ମାନଙ୍କୁ ସବୁଦିନ ପାଇଁ ଦମନ କରିଦେବା ଲକ୍ଷ୍ୟରେ କଳାପାଣି ସଜା ଦିଆ ଯାଉଥିଲା । ସେଥିପାଇ ଇଂରେଜ ମାନେ ଏହି ଦ୍ଵୀପପୁଞ୍ଜ ଏକ ସେଲୁଲାର ଜେଲ ନିର୍ମାଣ କରିଥିଲେ । ଏହା ଏବେ ଆମ ଦେଶର ରାଷ୍ଟ୍ରିୟ ସ୍ମାରକୀ ।କମିଟୀର ସଦସ୍ୟ ମାନେ ୨୫ ତାରିଖ ସନ୍ଧ୍ୟାରେ ଏହି ଜେଲ ପରିଦର୍ଶନ ରେ ଯାଇଥିଲେ ।
ଏକଦା ଦେଶ ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇ ଭାରତ ବର୍ଷକୁ ପରାଧିନତାରୁ ମୁକ୍ତି ଦେବା ସ୍ବପ୍ନ ନେଇ ବ୍ରିଟିଶ ବିରୋଧରେ ଲଢି ଥିବା ସେ ସମସ୍ତ କ୍ରାନ୍ତିକାରୀ ବିପ୍ଳବୀ ଯେଉଁ ମାନଙ୍କୁ ଏହି ଜେଲକୁ ଆଣି ଫାଶୀ ଦିଆ ଯାଇଥିଲା ଏବଂ ବ୍ରିଟିଶ ପୋଲିସ ର ନିର୍ଯ୍ୟାତନାର ଶିକାର ହୋଇ ଏହି ଜେଲ ଭିତରେ ମୃତ୍ୟୁବରଣ କରିଥିଲେ ରେ ସମସ୍ତ ଭାରତର ସୁପୁତ୍ର ସହିଦ ମାନଙ୍କୁ ଜେଲ ଭିତରେ ମୁଣ୍ଡିଆ ମାରି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

