ସରସ୍ୱତୀ ପୂଜା ମଣ୍ଡପରେ ନିଆଁ ଲଗାଇଲେ ଦୃବୁର୍ତ୍ତ ।

ସରସ୍ୱତୀ ପୂଜା ମଣ୍ଡପରେ ନିଆଁ ଲଗାଇଲେ ଦୃବୁର୍ତ୍ତ ।

ସରସ୍ୱତୀ ପୂଜା ମଣ୍ଡପରେ ନିଆଁ ଲଗାଇଲେ ଦୃବୁର୍ତ୍ତ ।

ଗଜପତି, ୨୫.୧(ମନୋଜ ପାଢ଼ୀ) : ଜିଲ୍ଲା ସଦରମହକୁମା ଉପକଣ୍ଠ ସ୍ଥ ତଥା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତର ରାଜ ସୀତାପୁର ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ସରସ୍ୱତୀ ପୂଜା ମଣ୍ଡପରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଆସିଛି । ରବିବାର ଖବର ପାଇ ଗୁରାଣ୍ଡି ଥାନା ପୁଲିସ୍ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନା ଯେ ପ୍ରତିବର୍ଷ ଏଠାରେ ସ୍ଥାନୀୟ ଯୁବକ ମାନେ ଭବ୍ୟ ଆଡମ୍ବର ରେ ସରସ୍ୱତୀ ପୂଜା କରିଆସୁଛନ୍ତି । ତେବେ ଚଳିତ ବର୍ଷ ଏପରି କାଣ୍ଡ ହୋଇଛି । ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମାନେ ମା’ଙ୍କ ମଣ୍ଡପ ଚାରିକଡ଼ରେ ଠିକ୍ ଭାବରେ ବନ୍ଧା ବନ୍ଧି କରି ଶୋଇବାକୁ ଯାଇଥିଲେ ।

ଛଅ ଜଣ ପିଲା ସେହି ମଣ୍ଡପ ମଧ୍ଯରେ ଶୋଇ ରହିଥିବା ବେଳେ ରାତ୍ରି ସାଢ଼େ ବାରଟା ସମୟରେ ଗୋଡ଼କୁ ଗରମ ଲାଗିବାରୁ ନିଦ ଭାଙ୍ଗିଥିଲା । ପରେ ଦେଖିବା ବେଳକୁ ବେଢା ଯାଇଥିବା ଦରି ଓ ପେଣ୍ଡାଲ୍ କପଡ଼ା ରେ ନିଆଁ ଲାଗିଛି । ସଙ୍ଗେସଙ୍ଗେ ସମସ୍ତେ ଉଠି ନିଆଁ ଲିଭାଇ ଥିଲେ । କୌଣସି ନିଆଁ ଭୟ କିମ୍ବା ସମ୍ଭାବନା ନଥିଲା ବେଳେ କେହି ନିଆଁ ଲଗାଇଛନ୍ତି ବୋଲି ପୂଜା କରୁଥିବା ପିଲାମାନେ ଅଭିଯୋଗ କରି କହୁଛନ୍ତି । ତେବେ ଗୁରାଣ୍ଡି ପୁଲିସ୍ ର ପ୍ରତିକ୍ରିୟା ମିଳିପାରିନି ।