ରାୟଗଡ ବିଜେଡି ମହିଳା ସଭାନେତ୍ରୀ ଦୌଡ଼ ରେ ଅନୁସୟା ଓ ଶୁଭ୍ରା
ରାୟଗଡ ( info media) ରାୟଗଡ ଜ଼ିଲ୍ଲା ବିଜେଡି କୁ ମଜବୁତ କରିବା ନିମନ୍ତେ ବିଜେଡି ଜ଼ିଲ୍ଲା ସଭାପତି, ଜ଼ିଲ୍ଲା ୟୁବ ସଭାପତି ଓ ଛାତ୍ର ଜନତା ସଭାପତି ଙ୍କ ସହିତ 11 ଗୋଟି ବ୍ଲକ ଓ 2 ପୌର ପରିଷଦ ଓ 1 ଏନ ଏ ସି ସଭାପତି ଙ୍କ ନାମ ଘୋଷଣା କରିସାରିଛନ୍ତି l ଜ଼ିଲ୍ଲା ମହିଳା ସଭାନେତ୍ରୀ ଙ୍କ ନାମ ଘୋଷଣା ବାକି ରହିଛି l ଏହି ପଦବୀ ନିମନ୍ତେ ବହୁ ଆଶାୟୀ ରହିଛନ୍ତି l ସବୁଠାରୁ ଆଗରେ ଅଛନ୍ତି ପୂର୍ବତନ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ଓ ବର୍ତ୍ତମାନ ରାୟଗଡ ପୌର ପରିଷଦ ର ଉପାଧକ୍ଷା ଶୁଭ୍ରା ପଣ୍ଡା ରହିଥିବା ର ସୂଚନା ମିଳିଛି l
ସୂଚନା ଯୋଗ୍ୟଯେ ଅନୁସୟା ବିଜେଡି ର ଆଗରୁ ଜ଼ିଲ୍ଲା ସଭାନେତ୍ରୀ ରହିଥିଲେ ବର୍ତ୍ତମାନ ମହିଳା ୱାକରସ କ୍ଳବ ର ସଭାପତି ଅଛନ୍ତି ଠିକ ସେହିପରି ଶୁଭ୍ରା ପଣ୍ଡା ଶକ୍ତି ବାହିନୀ ର ସଭାପତି ସହିତ ରାୟଗଡ ପୌର ପରିଷଦ ର ଉପାଧକ୍ଷା ରହିଛନ୍ତି l ଜ଼ିଲ୍ଲା ଵିଜେଡି ସଭାପତି ଜଗନ୍ନାଥ ସାରକା ତାଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ଜ଼ିଲ୍ଲା ମହିଳା ସଭାନେତ୍ରୀ ପଦବୀ ନିମନ୍ତେ ରାଜ୍ୟ ବିଜେଡି ନେତୃମଣ୍ଡଳୀ ଙ୍କ ସହିତ ଆଲୋଚନା ଚାଲିଛି ଖୁବ ଶୀଘ୍ର ନାମ ଘୋଷଣା ହୋଇଯିବ ଯାହାର ନାମ ଘୋଷଣା ହେଲେ ମଧ୍ୟ୍ୟ ଅନ୍ୟ ମାନେ ଦଳ ପାଇଁ କାମ କରିବେ ଏଥିରେ ସନ୍ଦେହ ନାହିଁ l ବର୍ତମାନ ରାୟଗଡ ଜ଼ିଲ୍ଲା ବିଜେଡି ରେ କିଛି ଅସନ୍ତୁଷ୍ଟ ଗୋଷ୍ଠି ନାହାନ୍ତି l ଭବିଷ୍ୟତ ରେ ଜ଼ିଲ୍ଲା ରେ ବିଜେଡି ମଜବୁତ ହେବ ବୋଲି କହିଛନ୍ତି ଜ଼ିଲ୍ଲା ସଭାପତି ସାରକା ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
