ପ୍ରସିଦ୍ଧ ବିବିସି ସାମ୍ବାଦିକ ମାର୍କ ଟଲିଙ୍କ ଦେହାନ୍ତ

ପ୍ରସିଦ୍ଧ ବିବିସି ସାମ୍ବାଦିକ ମାର୍କ ଟଲିଙ୍କ ଦେହାନ୍ତ

ବ୍ରିଟେନ୍‌: ପ୍ରସିଦ୍ଧ ବିବିସି ସାମ୍ବାଦିକ ମାର୍କ ଟଲିଙ୍କ ଦେହାନ୍ତ
ବ୍ରିଟେନ୍‌ରେ ବିବିସିର ପୂର୍ବତନ ବ୍ୟୁରୋ ମୁଖ୍ୟ ଓ ବରିଷ୍ଠ ସାମ୍ବାଦିକ ମାର୍କ ଟଲି ୯୦ ବର୍ଷ ବୟସରେ ପରଲୋକଗତ ହୋଇଛନ୍ତି। ଭୁଟ୍ଟୋଙ୍କ ବିଚାର, ଫାଶୀ ଓ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରି ଐତିହାସିକ ଘଟଣାକୁ ସେ କଭର କରିଥିଲେ।
କୋଲକାତାରେ ଜନ୍ମିତ ମାର୍କ ଟଲି ୧୯୬୪ରେ ବିବିସିରେ ଯୋଗ ଦେଇ ୪ ଦଶକ ଧରି କାର୍ଯ୍ୟ କରିଥିଲେ। ୧୯୭୨ ରୁ ୧୯୯୪ ପର୍ଯ୍ୟନ୍ତ ସେ ବିବିସିର ଦିଲ୍ଲୀ ସମ୍ବାଦଦାତା ଥିଲେ। ୨୦୦୨ରେ ନାଇଟହୁଡ୍ ଏବଂ ୨୦୦୫ରେ ପଦ୍ମଭୂଷଣ ସମ୍ମାନ ପାଇଥିଲେ।
ତାଙ୍କ ଦେହାନ୍ତରେ ବହୁ ସାମ୍ବାଦିକ ଓ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।