ସରସ୍ବତୀଙ୍କ ମୂର୍ତ୍ତି ନିର୍ମାଣ ରେ ମଗ୍ନ ମୂର୍ତ୍ତି କାରିଗର ଅଭିଳାଷ ବେହେରା … କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ)ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳର କଳା ପ୍ରିୟ କାରିଗର ଅଭିଳାଷ ବେହେରା ମା ସରସ୍ବତୀ ଙ୍କ ମୂର୍ତ୍ତି ନିର୍ମାଣ ରେ ମଗ୍ନ l ଆଜ କୁ ପ୍ରାୟ ୮ ବର୍ଷ ଧରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଗଣେଶ ମୂର୍ତ୍ତି, ସରସ୍ବତୀ, ବିଶ୍ୱାକର୍ମା, ଖୁଦୁରୁକୁଣୀ , ଗ୍ରାମ୍ୟ ଯଜ୍ଞ କମିଟି ରାଧାକୃଷ୍ଣ ମୂର୍ତ୍ତି ନିର୍ମାଣ କରିବାରେ ମାହିର ଅଟନ୍ତି l ବଭିଳାଷ ତାଙ୍କରି କଳା ପ୍ରେମ ମୂର୍ତ୍ତି ନିର୍ମାଣ ପାଇଁ ଏକ ନିଆରା ଆକୃତି ଅଟେ l କାରିଗର ବେହାର ଶିକ୍ଷା ଅନୁଷ୍ଠାନ ତଥା ବିଭିନ୍ନ ପ୍ରକାର ମୂର୍ତ୍ତି ଗୁଡିକ ସ୍କୁଲ, କଲେଜ, ଶିଶୁମନ୍ଦିର, ପବ୍ଲିକ ଅନୁଷ୍ଠାନ ବିଭିନ୍ନ ଗାଁ ମାନଙ୍କ ରେ ମୂର୍ତ୍ତି ନିର୍ମାଣ କରି ଯୋଗାଇ ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ମିସ୍ତ୍ରୀ, ବାଡେଇ, ଟେଲରିଙ୍ଗ, କୁମ୍ଭାର, ସୁନାରି ଏମାନଙ୍କୁ ବିଶ୍ୱାକର୍ମା ଯୋଜନା ନାମରେ ସରକାର ବିଭିନ୍ନ ସହାୟତା ଘୋଷଣା କରିଥିବା ବେଳେ କାରିଗର ମାନଙ୍କ ପାଇଁ ସହାୟତା ମିଳୁନ ଥିବା କହିଛନ୍ତି ସମସ୍ତ କାରିଗର l ମୂର୍ତ୍ତି କାରିଗର କହିବାନୁସାରେ ଗୋଟିଏ ମୂର୍ତ୍ତି ଗଠନ କରିବାକୁ ହେଲେ ବାଉଁଶ, ସୁତୁଲି, ଚିଟିକା ମାଟି,କଲର, କପଡା ଇତ୍ୟାଦି ଆବଶ୍ୟକ ହୋଇଥାଏ l ଯେତିକିରେ ସବୁ ସାମାନ କିଣା ପଡୁଛି ସେତିକିରେ ତାଙ୍କ ପାରିଶ୍ରମିକ ସମାନ ହେଉଛି l କାରିଗର ଙ୍କୁ ସରକାର ଙ୍କ ତରଫରୁ କିଛି ସହାୟତା ମିଳନ୍ତା ତାହେଲେ ଆହୁରି ଅଧିକ ରୁ ଅଧିକ ତିଆରି କରି ଯୋଗାଇ ପାରନ୍ତେ ବୋଲି କହିଛନ୍ତି l ମୂର୍ତ୍ତି ନିର୍ମାଣ ରେ ତାଙ୍କୁ ସହଯୋଗ କରୁଛନ୍ତି ଭାଗବତ ବଗର୍ତ୍ତୀ, ବାଳକୃଷ୍ଣ କହଁର, ଅଭିରାମ କହଁର, କାର୍ତିକ ବେହେରା ମୂର୍ତ୍ତି କରିବାରେ ସାହାଯ୍ୟ କରିଆସୁଛନ୍ତି l
Related Posts
ଶିକ୍ଷକଙ୍କ ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ଶିକ୍ଷକଙ୍କ ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ : କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ…
ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ; ୨ ମୃତ, ୧୦ ଆହତ
ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ; ୨ ମୃତ, ୧୦ ଆହତ ସମ୍ବଲପୁର:( ଅଭିଷେକ ମହାନ୍ତ) ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥ ୫୫ ଝାଙ୍କରପାଲୀ ନିକଟରେ ଏକ ନିର୍ମାଣାଧିନ…
ମାଓବାଦୀ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ
*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବ ନାରାୟଣ ପୁର ନିକଟସ୍ଥ ଜଙ୍ଗଳ ରେ ମାଓବାଦୀ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ, ଗୋଟିଏ ଯବାନ ଆହତ, କାନ୍ଧ…