ଉଦୟଗିରି ବ୍ଲକରେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ।ଗଜପତି,୨୩.୧(ମନୋଜ ପାଢ଼ୀ)ରା, ଉଦୟଗିରି ବ୍ଲକସ୍ତରୀୟ ସ୍ଥାନୀୟ ଶିବମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ବିଡ଼ିଓ ପରିମଳ ଖର୍ସେଲଙ୍କ ସଭାପତିତ୍ବରେ ରାଷ୍ଟ୍ରୀଗାନ “ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ରାମେସ ରାଇକା, ସିଡ଼ିପିଓ ଲଳିତା ପୂଜାରୀ, ନିର୍ବାହୀ ଅଧିକାରୀ ରବିନ୍ଦ୍ର ପଣ୍ଡା, ଶର୍ମାଙ୍କ ଶେଖର ସୁବୁଦ୍ଧି ଯୋଗ ଦେଇଥିବା ବେଳେ ଅଶ୍ଵିନୀ କୁମାର ଷଡଙ୍ଗୀ କାର୍ଯକ୍ରମ ସଞ୍ଚାଳନ ଏବଂ ସାମାଜିକ ସୁରକ୍ଷା ଅଧିକାର ଅରୁଣ ଉଦୟଭାନୁ ସାଂସ୍କୃତିକ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହୋଇ ବନ୍ଦେ ମାତରମ୍ ସମବେତ ଗାନ କରିଥିଲେ । ପୂର୍ବ ଆୟୋଜିତ ବକ୍ତୃତା, ସଙ୍ଗୀତ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଉଦୟଗିରି ବ୍ଲକରେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ।
