ମହାନଦୀ ବଞ୍ଚାଅ ଆନ୍ଦୋଳନ ଆଜି ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ପାଇଁ ହେଉଥିବା ଚରମ ଅବହେଳା ଉପରେ କେନ୍ଦ୍ର, ରାଜ୍ୟ ସରକାର ଓ ଟ୍ରିବୁନାଲର କାର୍ଯ୍ୟକାରିତା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି l
ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଆଜି ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ପାଇଁ ହେଉଥିବା ଚରମ ଅବହେଳା ଉପରେ କେନ୍ଦ୍ର, ରାଜ୍ୟ ସରକାର ଓ ଟ୍ରିବୁନାଲର କାର୍ଯ୍ୟକାରିତା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି l ତୁରନ୍ତ ପଦକ୍ଷେପ ନେଇ ଛତିଶଗଡ଼ କରିଥିବା ବାଲିବନ୍ଧ ଭାଙ୍ଗିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟି ମୁଖ୍ୟ ଓ ମହାନଦୀ ଟ୍ରିବୁନାଲ ଅଧକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛିl
ଯଦି ସରକାର ବନ୍ଧ ନ ଭlଙ୍ଗନ୍ତି ତେବେ କ୍ଷେତ୍ର ପରିଦର୍ଶନ ପରେ ୨୭ ତାରିଖ ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବେଆଇନ ବାଲିବନ୍ଧ ଭାଙ୍ଗିବାକୁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଗିରିଜା ଦାସ, ବିଜୟ ପରିଡ଼ା ଘୋଷଣା କରିଛନ୍ତିl କଲମା ବ୍ୟାରେଜ ତଳେ ଛତିଶଗଡ଼ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ନିନ୍ଦନୀୟl ଯେହେତୁ ବର୍ତମାନ ଟ୍ରିପୁଲ ଇଂଜିନ ସରକାର ତେଣୁ ପ୍ରଧାନମନ୍ତ୍ରୀ, ଜଳଶକ୍ତି ମନ୍ତ୍ରୀ, ମହାନଦୀ ଟ୍ରିବୁନାଲ ଅଧକ୍ଷ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟିର ଅଧକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। କଲମା ବ୍ୟାରେଜ ତଳେ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନାପସନ୍ଦଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଲା ମହାନଦୀ ବଞ୍ଚାଓ ଆନ୍ଦୋଳନପ୍ରଧାନମନ୍ତ୍ରୀ, ଜଳଶକ୍ତି ମନ୍ତ୍ରୀ, ମହାନଦୀ ଟ୍ରିବୁନାଲ ଅଧକ୍ଷ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟିର ଅଧକ୍ଷଙ୍କୁ ମଧ୍ୟ ଅବଗତଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ନେତୃତ୍ୱ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଯିବ କଲମା ବ୍ୟାରେଜଛାତିଶଗଡ଼ ସରକାର ବାଲି ବନ୍ଧ ନ ଭାଙ୍ଗିଲେ ଲୋକେ ଭାଙ୍ଗିବେ ବାଲି ବନ୍ଧl ସେଥିପାଇଁ ପଦକ୍ଷେପ ନେବ ମହାନଦୀ ବଞ୍ଚାଓ ଆନ୍ଦୋଳନଟ୍ରିବୁନାଲର କାର୍ଯ୍ୟକlଳ ବୃଦ୍ଧି ପାଇଁ ଲିଖିତ ଭାବରେ ଓଡିଶା ଓ ଛତିଶଗଡ ପତ୍ର ନଦେବା ଉଭୟ ସରକାରଙ୍କ ବିବାଦର ସମାଧାନ କ୍ଷେତ୍ରରେ ନିଷ୍କ୍ରିୟତାକୁ ପ୍ରତିପାଦିତ କରେଆଜି ମହାନଦୀ ସମସ୍ୟା ସମାଧାନ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ବାତିଲ କରିବା ଦୁର୍ଭାଗ୍ୟଜନକl ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଏହା ପ୍ରତିବାଦିତ କରୁଛିମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତl ମାତ୍ର ସରକାର ତ୍ୱରିତ ପଦକ୍ଷେପ ନନେଲେ ଆମେ ଆନ୍ଦୋଳନ କୁ ଶାଣିତ କରିବl ଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ନେତୃତ୍ୱ ସ୍ଥିତି ଅନୁଧ୍ୟାନ କରିବାକୁ କଲମା ବ୍ୟାରେଜ ଯିବ

