କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ମତଦାତା ସପଥ ଗ୍ରହଣ….
କନ୍ଧମାଳ:-ତା ୨୨/୦୧ (ରିପୋର୍ଟ କୁନା ଦିଗାଲ)ଜାତୀୟ ମତଦାତା ଦିବସ–୨୦୨୬ ଅବସରରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମତଦାତା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାୟକ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମତଦାତା ଶପଥ ପାଠ କରାଇଥିଲେ।ଏଥିରେ ଉପଜିଲ୍ଲାପାଳ ଭିକାରୀ ସାହୂ ଙ୍କ ସମେତ ସମସ୍ତ ସହକାରୀ ଜିଲ୍ଲାପାଳ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିର୍ଭୟ, ନିଷ୍ପକ୍ଷ ଓ ସଚେତନ ଭାବରେ ମତଦାନ କରିବା ସହ ଦାୟିତ୍ୱଶୀଳ ନାଗରିକ ଭାବେ କର୍ତ୍ତବ୍ୟ ପାଳନ ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।
