ଅନୁସୂୟା ସଭାପତି, ରୀତାରାଣୀ ସଂପାଦିକା ଭାବେ ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ୍ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ ଗ୍ରହଣ କଲେ

ଅନୁସୂୟା ସଭାପତି, ରୀତାରାଣୀ ସଂପାଦିକା ଭାବେ ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ୍ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ ଗ୍ରହଣ କଲେ

ଅନୁସୂୟା ସଭାପତି, ରୀତାରାଣୀ ସଂପାଦିକା ଭାବେ ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ୍ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ ଗ୍ରହଣ କଲେ ରାୟଗଡ଼(ଅମୁଲ୍ୟ ନିଶଙ୍କ ):ୱାକର୍ସ ଇଣ୍ଟରନ୍ୟାସନାଲ ସହ ଅନୁବନ୍ଧିତ ରାୟଗଡ଼ା ଝଞ୍ଜାବତୀ ମହିଳା ୱାକର୍ସ କ୍ଲବର ନୂତନ କାର୍ଯ୍ୟକର୍ତା ଚୟନ, ଦାୟିତ୍ଵ ହସ୍ତାନ୍ତର କାର୍ଯ୍ୟକ୍ରମ ଆଜି ୱାକର୍ସ କ୍ଲବ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ପାଇଁ ମହିଳା କ୍ଲବର ସଭାପତି ରୂପେ ଅନୁସୂୟା ମାଝି, ସଂପାଦିକା ଭାବେ ରୀତାରାଣୀ ମିଶ୍ର ଏବଂ କୋଷାଧ୍ୟକ୍ଷା ଭାବେ ବିଜୟାଲକ୍ଷ୍ମୀ ମିଶ୍ର ନୂତନ କାର୍ଯ୍ୟକର୍ତା ରୂପେ ଦାୟିତ୍ବ ଗ୍ରହଣ କରିଛନ୍ତି I ସଭାପତି ଶ୍ରୀମତି ଅନୁସୂୟା ପୂର୍ବତନ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି ଆସିଥିବା ବେଳେ ସମାଜରେ ଅନେକ ଜନହିତ କର କାର୍ଯ୍ୟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଜନମଙ୍ଗଳ କାର୍ଯ୍ୟ ଦକ୍ଷତା ଓ ନେତୃତ୍ବ ଝଜାବତୀ ମହିଳା ୱାକର୍ସ କ୍ଲବକୁ ସମାଜରେ ଏକ ଅଗ୍ରଣୀ ମହିଳା କ୍ଲବ ଭାବେ ପ୍ରତିପାଦନ କରିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ସେହିପରି ସଂପାଦିକ ରୀତାରାଣୀ ମିଶ୍ର ଆଇରନ ଲେଡି ଭାବେ ସମ୍ମାନ ପାଇଥିବା ବେଳେ ତାଙ୍କର କାର୍ଯ୍ୟଦକ୍ଷତା ମଧ୍ଯ କ୍ଲବର ଉନ୍ନତି ଆଣିବାରେ ସହାୟକ ହେବ ବୋଲି କୁହାଯାଇଛି। ଆଜିର ଏହି ନୂତନ କାର୍ଯ୍ୟକର୍ତା ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟକ୍ରମରେ ୱାକର୍ସ କ୍ଲବ୍ ସଭାପତି ବ୍ରଜସୁନ୍ଦର ନାୟକ, ଉପଦେଷ୍ଠା ସତ୍ୟବାଦୀ ପତି, ରିଜିଓନାଲ କାଉନସିଲର କିଶୋର ଚନ୍ଦ୍ର ପଣ୍ଡା, ପ୍ରତାପଚନ୍ଦ୍ର ବାଉରୀ, ଟି. ଜୟରାମଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଚୟନ ହୋଇଥିବା ନୂତନ କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସହ ଦାୟିତ୍ବ ବିଷୟରେ ଅବଗତ କରାଇଥିଲେରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ