ଟିକାବାଲିଠାରେ କାମୟାବ ପୂର୍ବ ସୈନିକ ସଂଘର ତୃତୀୟ ପ୍ରତିଷ୍ଠା ଦିବସ
(ରିପୋର୍ଟ କୁନା ଦିଗାଲ)
ଟିକାବାଲି :- ଟିକାବାଲିଠାରେ ‘କାମୟାବ ପୂର୍ବ ସୈନିକ ସଂଘ’ତରଫରୁ ତୃତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦେଶ ମାତୃକାର ସେବା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଯବାନମାନଙ୍କ ସଂଗଠନ କାର୍ଯ୍ୟକ୍ରମ ରେ ସଭାପତି ସୁବେଦାର ମେଜର ନବୀନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ଏସ.ଡି.ପି.ଓ ଶ୍ରୀ ବିଜୟ କୁମାର ବିଶି ଯୋଗଦେଇ ସୈନିକମାନଙ୍କ ବଳିଦାନକୁ ସଲାମ କରିବା ସହ ସମାଜ ଗଠନରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ଗୋବିନ୍ଦ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଦେଶ ପାଇଁ ଅହରହ ନିଷ୍ଠା ପର ଭାବରେ ଜୀବନ ବିତେଇ ଥିବା ଆମ ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଥିବା, ମୁଖ୍ୟ ଆକର୍ଷଣ: ହନି କ୍ୟାପଟେନ ବଳରାମ ପ୍ରଧାନଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ ପ୍ରଦାନ କରାଯାଇ ଥିଲା।
ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ: ନାଇବ ସୁବେଦାର ସୁରେଶନ ପ୍ରଧାନ, ନାଇବ ସୁବେଦାର ରବୀନ୍ଦ୍ର କୁମାର ଦିଗାଳ ଏବଂ ନାଇକ ପୀତବାସ କହଁରଙ୍କୁ ସମ୍ମାନିତ କରାଗଲା।
ସାଧାରଣ ସମ୍ପାଦକ ସୁବେଦାର ରମେଶ ଦିଗାଳ ଓ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଛି।
