ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଉତ୍ସବ-୨୦୨୫ ପଲ୍ଲି ଶ୍ରୀ ମେଳା,ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ଉଦଘାଟିତ ।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଉତ୍ସବ-୨୦୨୫ ପଲ୍ଲି ଶ୍ରୀ ମେଳା,ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ଉଦଘାଟିତ ।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଉତ୍ସବ-୨୦୨୫ ପଲ୍ଲି ଶ୍ରୀ ମେଳା,ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ଉଦଘାଟିତ ।

ଗଜପତି, ତା.୧୯/୧(ମନୋଜ ପାଢ଼ୀ)ଆଜି ଗଜପତି ଉତ୍ସବ-୨୦୨୫ ପଲ୍ଲିଶ୍ରୀ ମେଳା ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ମହା ଆଡ଼ମ୍ବରରେ ଉଉଦଘାଟିତ ହୋଇଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଗଜପତି ଉତ୍ସବ ମଶାଲ ଶୋଭାଯାତ୍ରା ବାହାରି ଗଜପତି ଷ୍ଟାଡିୟମ୍ ଠାରେ ଅଣାଯାଇଥିଲା। ଏଥିରେ ସ୍ଥାନୀୟ ଲୋକ କଳା ସଂସ୍କୃତି ପ୍ରଦର୍ଶନୀ ସହିତ ବହୁ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ,ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଅଧ୍ୟକ୍ଷ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଜି. ତିରୁପତି ରାଓ, ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଆଜି ତା.୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବ। ସେହିପରି ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ,ପରମ୍ପରା ଓ ଭାଇଚାରାର ମାଟି ଗଜପତି। ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳାର ମହାକୁମ୍ଭ ଗଜପତି ମହୋତ୍ସବ ୨୦୨୫ରେ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ତାଙ୍କ କଳାର ନୌପୁଣ୍ୟତା ଏହି ଉତ୍ସବରେ ପ୍ରଦର୍ଶନ କରିବେ ।

ସେହିପରି ଜିଲ୍ଲାରେ ଉତ୍ପାଦିତ କୁଟୀର ଶିଳ୍ପ ସାମଗ୍ରୀ, କୃଷି ଜାତ ଦ୍ରବ୍ୟ, ହସ୍ତତନ୍ତ ସାମଗ୍ରୀ ଓ ସଉରା ଚିତ୍ରକଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପ୍ରଦର୍ଶନୀ ଓ ବିକ୍ରି କରାଯିବ । ଜିଲ୍ଲାରେ ଏକ ବିଶ୍ବବିଦ୍ୟାଳୟ, ମେଡ଼ିକାଲ କଲେଜ ଓ ଶିଳ୍ପ ଉଦ୍ୟୋଗ ବଡିଲେ ଜିଲ୍ଲାର ଯୁବକ ଯୁବତୀ ସ୍ବାବଲମ୍ବୀ ହୋଇପାରିବେ ଏହା ସହିତ ୨୦୩୬ ବିକଶିତ ଓଡ଼ିଶା ଗଠନ କରିବାରେ ଗଜପତି ଜିଲ୍ଲା ବିକାଶ କ୍ଷେତ୍ରରେ ଅଗ୍ରସର ହୋଇପାରିବ ବୋଲି ସମସ୍ତ ଅତିଥି ଗଣ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲାର ପାଞ୍ଚ ଜଣ ନୂତନ ଭାବେ ପାଇଥିବା ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ଆଜିର ପ୍ରଥମ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ରୁ ପଦା ମୃତ୍ୟୟାନ ନୃତ୍ୟ,ସମ୍ବଳପୁର ରୁ ଡାଲଖାଇ ନୃତ୍ୟ, ମୟୂରଭଞ୍ଜ ରୁ ମାଲଖମ୍, ହାଇଦ୍ରାବାଦରୁ କୁଚିକପୁଡ଼ି ଓ କଥକ ନୃତ୍ୟ ପ୍ରମୁଖ ପରିବେଷଣ କରାଯାଇଥିଲା। ସେହିପରି ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଆ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର ଓ ସମ୍ବପୁରୀ ଗାୟକ ମଣ୍ଠୁ ଛୁରୀଆ ପ୍ରମୁଖ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗା ଓ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।