ଫୁଲବାଣୀ ଠାରେ ଏମ କେ ଏସ ପି ପକ୍ଷରୁ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାର ଜର୍ସି ଉନ୍ମୋଚିତ
କନ୍ଧମାଳ: ତା:- ୧୮/୦୧ (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ସ୍ଥାନୀୟ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ତା ୨୩/୦୧ ରୁ ତା ୨୭/୦୧ ରିଖ ପଯ୍ୟନ୍ତ ଦୀର୍ଘ ୫ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାପାଇଁ ଜର୍ସି ଉନ୍ମୋଚନ ହେଇଯାଇଛି lଗଞ୍ଜାମ, ଗଜପତି,ରାୟଗଡ଼ା, କନ୍ଧମାଳ ର ଖେଳାଳି ମାନେ ଯୋଗ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ଏମ କେ ଏସ ପି ସଭାପତି ତଥା ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ସଭାରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ: ସନ୍ତୋଷ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ୍ ସଭାପତି ସୁନୀଲ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ ।
ପ୍ରତିଯୋଗିତାରେ ଖେଳାଳି ମାନଙ୍କ ବ୍ୟବହାର ପାଇଁ ଜର୍ସି କୁ ଅତିଥି ମlନେ ଉନ୍ମୋଚନ କରିଥିଲେ। ଜର୍ସି ଉନ୍ମୋଚନ ଉତ୍ସବରେ ଏମ କେ ଏସ ପି ର ଉପସଭାପତି ପ୍ରସନ୍ନ କୁମାର ବିଷୋୟୀ, ଜୟଦେବ ନାୟକ, ଉପଦେଷ୍ଟା ପ୍ରତାପ କୁମାର ପାତ୍ର, ବିଜୟ କୁମାର ମହାନ୍ତି, ସଭ୍ୟ ପ୍ରଭାତ କୁମାର ଦାସ,ବନବିହାରୀ ନନ୍ଦ, ଶରତ ଚନ୍ଦ୍ର ପଟ୍ଟନାୟକ, କ୍ରୀଡାବିତ୍ ଅଶୋକ ପଟ୍ଟନାୟକ, ମଙ୍ଗଳୁ ସାହୁ, ଗୌର ଚନ୍ଦ୍ର ମହାନ୍ତି ପ୍ରଭୃତି ଉପସ୍ଥିତ ଥିଲେ ।
ଏମ କେ ଏସ ପି ର ସମ୍ପାଦକ କିଶୋର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
