ସାମାନ୍ୟ କଥାକୁ ନେଇ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି କିଛି ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।

ସାମାନ୍ୟ କଥାକୁ ନେଇ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି କିଛି ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।

ସାମାନ୍ୟ କଥାକୁ ନେଇ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି କିଛି ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମର ପାଣ୍ଡା ପ୍ରଧାନ ନାମକ ଜଣେ ଯୁବକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ କିଛି ଯୁବକ ବେପାରୁଆ ଭାବେ ମୋଟରସାଇକେଲ ଚଳାଇ ଯାଉଥିଲେ ଓ ଅଳ୍ପକେ ପାଣ୍ଡା ଦୁର୍ଘଟଣା ରୁ ବର୍ତି ଯାଇ ଏହାର ପ୍ରତିବାଦ କରିଥିଲେ।ଯ ଦ୍ଵାରା ବଚସା ସୃଷ୍ଟି ହୋଇ ଉଗ୍ର ରୂପ ଧାରଣ କରି ମୋଟରସାଇକେଲ ଚାଳକ ଯୁବକ ମଧ୍ୟରୁ ଜଣେ ଏକ ଛୁରୀ ସାହାଯ୍ୟରେ ପାଣ୍ଡା କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପ୍ରଘଟ ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପାଣ୍ଡା କୁ ଉଦ୍ଧାର କରି ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଘଟଣାର ପ୍ରତିବାଦ କରିଥିଲେ। ଖବର ପାଇ କବିସୂର୍ଯ୍ୟ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।