ବିଳମ୍ୱ ରେ ହେଲେ ମଧ୍ୟ ନିର୍ମାଣ ହେଲା ମୁଖ୍ୟ ରାସ୍ତା ପାର୍ଶ୍ବ ଡ୍ରେନ ସାଧାରଣ ରେ ସନ୍ତୋଷ ପ୍ରକାଶ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ।ଏହି ବ୍ଲକରେ ୩୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ତିନିଟି ଜୋନ ରେ ମୋହନା ବ୍ଲକ ଅବସ୍ଥିତl ଅଡବା, ମୋହନା ଓ ଚନ୍ଦ୍ରଗିରି ତିନୋଟି ଜୋନ l ତବେ ଅଡବା ସହରରେ ଦୀର୍ଘ ଦିନ ଧରି ରାସ୍ତା ସମସ୍ୟା ଲାଗି ରହିଥିବା ବେଳେ ସହର ର ବର୍ଜ୍ୟବସ୍ତୁ ଓ ନାଳ ନର୍ଦ୍ଧମା ର ଜଳ ନିଷ୍କାସନ ପାଇଁ ଡ୍ରେନ ର ଆବଶ୍ୟକ ରହିଥିଲା l ଏ ନେଇ ସହର ଓ ଅଞ୍ଚଳ ବାସୀ ବହୁବାର ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବୀ ଉପସ୍ଥାପନ କରିବାରୁ ଜାତୀୟ ରାଜପଥ ବିଭାଗ ଅଭିଯୋଗ କୁ ଗ୍ରହଣ କରିଥିଲେ ଏବଂ ଅଡବା ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବ ରେ ନର୍ଦ୍ଧମା ନିଷ୍କାସନ ନିମନ୍ତେ ଡ୍ରେନ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଡ୍ରେନ କାର୍ଯ୍ୟ ଆରମ୍ଭ ହେବାର କିଛି ଦିନ ପରେ କିଛି ଖଳ ପ୍ରକୃତିର ଲୋକେ ନିଜ ସ୍ବାର୍ଥ ହାସଲ ନ ହେବାରୁ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିବା ଶୁଣିବାକୁ ମିଳୁଛି। ତେଣୁ ବିଭାଗୀୟ ଅଧିକାରୀ ଉକ୍ତ କାର୍ଯ୍ୟ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଡ୍ରେନ ଟି ଶେଷ କରିବା ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଇବା ସହ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ ନିର୍ମାଣ ନିମନ୍ତେ ଦାବୀ ହେଉଛି। ଏହି କାର୍ଯ୍ୟ କରିବା ନିମନ୍ତେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିବା ସହିତ ଗଣମାଧ୍ୟମ ଦ୍ଵାରା ସମସ୍ୟା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା l ତେବେ ଅନେକ ଦିନର ଅପେକ୍ଷା ପରେ ଜାତୀୟ ରାଜପଥ ବିଭାଗ ତରଫରୁ ୮୦ ମିଟର ଡ୍ରେନ କାମକୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇ ଡ୍ରେନ ନିର୍ମାଣ ହେଉଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।