ଫୁଲବାଣୀ ରେ ପ୍ରଶାସନ ର ଜବରଦଖଲ ଉଚ୍ଛେଦ କୁ ସିଟିଜେନ ଫୋରମ ର ବିରୋଧ…
.କନ୍ଧମାଳ ତା :-୧୫/୦୧( ରିପୋର୍ଟ କୁନା ଦିଗାଲ)ଫୁଲବାଣୀ ମ୍ୟୁନିସିପାଲଟି ଓ ଆଖପାଖ ଅଞ୍ଚଳରେ ସରକାରୀ ଜମି ଜବରଦଖଲ କରି ଘର କରି ରହିଥିବା ଲୋକଂକ ଘରୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପାଖାପାଖି ହଜାରେ ଲୋକୋଙ୍କ ନିକଟକୁ ଫୁଲବାଣୀ ତହସିଲଦାର ଦେଇଥିବା ନୋଟିସ ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସରକାରଙ୍କୁ ନିନ୍ଦା କରିଛି କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ୍ l ଏ ନେଇ ସିଟି ଜେନ ଫୋରମ୍ ସଭାପତି ଡ ଅରୁପ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଲୋକଙ୍କୁ ଥଇଥାନ କରି ପଟ୍ଟା ଦେବା ପରିବର୍ତ୍ତେ ଉଚ୍ଛେଦ କରିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ସଦସ୍ୟ ମାନେ l
ପ୍ରଶାସନ ଓ ସରକାର ଏଥିରୁ ନିବୃତ୍ତ ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନ, ଓ ବିକ୍ଷୋଭ କରାଯିବ ବୋଲି ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ କହିଛନ୍ତି lଅନ୍ୟ ମlନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନବୀନ ପଣ୍ଡା, ବଂଶୀଧର ପଣ୍ଡା, ବରିଷ୍ଠ ଆଇନଜୀବି ରବୀ ନାରାୟଣ ମିଶ୍ର, ଆଇନଜୀବି ବ୍ରଜ କିଶୋର ପଟ୍ଟନାୟକ, ପ୍ରମୁଖ ପ୍ରଶାସନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ରୁ ଦୂରେଇ ନ ରହିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମତ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ଅଶୋକ ପ୍ରଧାନ, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ଶିବ ରାମ ନାୟକ, ଶିବ ବିଶ୍ୱାଳ,କେ ପି ଏଫ୍ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର ବରିଷ୍ଠ ସାମ୍ବାଦିକ ନାରାୟଣ ସାହୂ, ପ୍ରଶାନ୍ତ ବେହେରା, ପିତାମ୍ବର ମିଶ୍ର, ସତ୍ୟ ନାରାୟଣ ମହାନ୍ତି, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ମତ ଦେଇଥିଲେ l
