ଗରିବ ବିଧବା ଓ ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର ଓ ଅନ୍ୟାନ୍ୟ ପରିଧାନ ବସ୍ତ୍ର ବଣ୍ଟନ
ରାୟଗଡ, (ଅମୁଲ୍ୟ ନିଶଙ୍କ ) କୋଲନରା ବ୍ଲକ ସଦର ସ୍ଥିତ ମା’ ମୁତ୍ୟାଲାମା ମନ୍ଦିର ପରିସରରେ ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉପଲକ୍ଷେ ଗରିବ ବିଧବା ଓ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ଓ ଅନ୍ୟାନ୍ୟ ପରିଧାନ ବସ୍ତ୍ର ବଣ୍ଟନ କରାଯାଇଥିଲା | ମା’ ମୁତ୍ୟାଲାମା ମନ୍ଦିର ଉନ୍ନୟନ ପରିଚାଳନା କମିଟି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେ.କେ ପେପର୍ ମିଲର ପୂର୍ବତନ ଉପ ସଭାପତି ବିନୟ ଦ୍ବିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମିଟସ୍ ଇଞ୍ଜିନିୟରିଂ କଲେଜର ସଭାପତି ବାଳକୃଷ୍ଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ସେହିପରି ଜେକେ ପେପର୍ ମିଲର ଜେନେରାଲ ମ୍ୟାନେଜର ସନ୍ଦୀପ ପାଣ୍ଡେ, ବରିଷ୍ଠ ନାଗରିକ ଜଗନ୍ନାଥ ପଣ୍ଡା, ମନ୍ଦିର କମିଟି ଉପଦେଷ୍ଟା ରାମଚନ୍ଦ୍ର ଦୋରା ଓ ସାଧାରଣ ସମ୍ପାଦକ ଜଗନ୍ନାଥ ଦୋରା ପ୍ରମୁଖ ମଞ୍ଚାସିନ ରହିଥିଲେ | ପ୍ରଥମେ ମା’ ମୁତ୍ୟାଲାମା ମନ୍ଦିରରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହା ଯଜ୍ଞ ଅନୁଷ୍ଠିତ ହୋଇଥିଲା | ପରେ ୨୫୦ରୁ ଉର୍ଦ୍ଧ ଗରିବ ବିଧବା ଓ ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର ସହ ଅନ୍ୟାନ୍ୟ ପରିଧାନ ବସ୍ତ୍ର ବଣ୍ଟନ କରାଯାଇଥିଲା | ଯେପରି ଭାବେ ଆମ ସଂସ୍କୃତି ଓ ପରମ୍ପରା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଏବଂ ଆମ ଲୋକେ ପାଶ୍ଚାତ୍ୟ ଦେଶର ପରମ୍ପରାକୁ ଆପଣାଇ ନେଉଛନ୍ତି |
ଆମ ପରମ୍ପରାକୁ କିପରି ଆମେ ବଜାୟ ରଖିବା ତାକୁ ନଜରରେ ରଖି କିଛି ବୈଜଷ୍ଠ ଲୋକଙ୍କୁ ସମ୍ମାନ ଜଣାଇ ଏହି ସାମଗ୍ରୀ ବଣ୍ଟନ କରାଯାଉଥିବା ମନ୍ଦିର କମିଟି ସଭାପତି ଶ୍ରୀ ନାଇଡୁ କହିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା | ଏଥିରେ ମା ମୁତ୍ୟାଲାମା ମନ୍ଦିର କମିଟିର ସାଗର ପ୍ରଧାନ, ଆଶିଷ ମିଶ୍ର, ତ୍ରିନାଥ ତୋଇକା, ରାନୁ ପାଢ଼ୀ, ଦୀପକ କୁମାର ସାହୁ, ଡି. ଜାନିଗ୍ରାମ, ଏନ. ଧବଳେଶ୍ଵର, ବି. ଧବଳେଶ୍ଵର, କିଶୋର ହିମିରିକା, ଆର୍ମାଲ ବୁଜି, ନାରାୟଣ ସାହୁ, ପ୍ରଶାନ୍ତ ଜେନା, କେ. ରାମାରାଓ, ମିଟୁ ପଟ୍ଟନାୟକ, ପଙ୍କଜ ସ୍ୱାଇଁ, ଇନ୍ଦ୍ର ବେହେରା, ଅନିଲ ସ୍ୱାଇଁ, କୃଷ୍ଣ ସେଠୀ ଓ ଜି. ଗୋପୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
