ସିସିଟିଭି ଜଗିବ ପାରଳାଖେମୁଣ୍ଡି ସହର ।

ସିସିଟିଭି ଜଗିବ ପାରଳାଖେମୁଣ୍ଡି ସହର ।

ସିସିଟିଭି ଜଗିବ ପାରଳାଖେମୁଣ୍ଡି ସହର ।

ଗଜପତି,୧୪.୧.(ମନୋଜ ପାଢ଼ୀ ) ପୌରପରିଷଦ ପକ୍ଷରୁ ପ୍ରାୟ 33ଲକ୍ଷ ଟଙ୍କା ବ୍ୟୟରେ ସହରର 12ଟି ସ୍ଥାନରେ 36ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ଏହା ସହିତ 3ଟି ସ୍ଥାନରେ ANPR (Automatic Number Plate Reading) ସହରରେ ଲଗାଯାଇଛି । ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପୌରାଧ୍ଯକ୍ଷା କହିଛନ୍ତି । ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ କରିଛନ୍ତି । ସହରରେ ବଢୁଥ‌ିବା ଅପରାଧୂକ ଗତିବିଧୂ ପାଇଁ ସିସିଟିଭିର ଆବଶ୍ୟକତା ରହିଥିଲା ।ଦୀର୍ଘ ଦିନ ହେବ ସିସିଟିଭି ଲଗାଇବା ପାଇଁ ଲୋକେ ଦାବି କରିଆସୁଥିଲେ । ଏଥିପାଇଁ ପୌର ପରିଷଦ ପକ୍ଷରୁ ଏହାର କାମ ଆରମ୍ଭ ହୋଇଛି । ପ୍ରାୟ 33ଲକ୍ଷ ଟଙ୍କା ବ୍ୟୟରେ ସହରର 12ଟି ସ୍ଥାନରେ 36ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପୌରାଧ୍ଯକ୍ଷା କହିଛନ୍ତି ।

“ବର୍ତ୍ତମାନ ପାଣ୍ଠି ଅଭାବରୁ ନିତ୍ୟାନ୍ତ ଆବଶ୍ୟକ ସ୍ଥାନରେ କ୍ୟାମେରା ଲଗାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧୂକ ସ୍ଥାନରେ କ୍ୟାମେରା ଲଗାଯିବ” ବୋଲି ପୌରାଧ୍ଯକ୍ଷା ନିର୍ମଳା ସେଠୀ କହିଛନ୍ତି । ଏଥର ପାରଳାଖେମୁଣ୍ଡି ସହରକୁ ଜଗିବ ସିସିଟିଭି । ବର୍ତ୍ତମାନ ସହରର ବିଭିନ୍ନ ଜନଗହଳିପୂର୍ଣ୍ନ ସ୍ଥାନରେ କ୍ୟାମେରା ଖଞ୍ଜା ଯାଇଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ଗଜପତି ଏସପି, ଜତିନ୍ଦ୍ର କୁମାର ପଣ୍ଡା କହିଛନ୍ତି, “ସହରରେ 3ଟି ସ୍ଥାନରେ ଯଥା: ଫରେଷ୍ଟ ଗେଟ୍, ପାଥପାଟନମ୍ ଓ ଓଲ୍ମ କୋର୍ଟ ଛକରେ ଏନପିଆର୍ କ୍ୟାମେରା ଖଞ୍ଜା ଯାଇଛି ।

ଯାହା ଅମାନିଆ ତଥା ଅପରାଧୀଙ୍କୁ ଧରିବାରେ ସହାୟତା କରିବ । କେବଳ ସେତିକି ନୁହେଁ, ଟ୍ରାଫିକ ନିୟମ ଉଲଂଘନକାରୀ, ରୋଡ ରୋମିଓ ଏବଂ ସ୍ମିଡ ରାଇଡର ମଧ୍ଯ ସାବାଡ ହେବେ ।” ଶାନ୍ତିପ୍ରିୟ ପାରଳାଖେମୁଣ୍ଡି ସହରରେ ଗତ କିଛି ବର୍ଷ ହେଲା ଚୋରି, ଡକାୟତି ଭଳି ଅପରାଧିକ ମାମଲା ବୃଦ୍ଧି ପାଇଛି । ପୋଲିସ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିବା ସତ୍ତ୍ବେ ପୋଲିସକୁ ଚକମା ଦେବାରେ ଅପରାଧୀମାନେ ସକ୍ଷମ ହେଉଛନ୍ତି । ଅନେକ ବୃଦ୍ଧି ଜିବି କହିଛନ୍ତି,”ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣିବା ସହ ଆତଙ୍କିତ ହୋଇପଡିଥିଲେ ।

ତେବେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହେଲେ ଅପରାକ କାର୍ଯ୍ୟକୁ ନିୟନ୍ତ୍ରଣ ହେବ ଏବଂ ଅପରାଧୀଙ୍କୁ ଧରିବାରେ ପୋଲିସକୁ ସହାୟକ ହେବ ।” ଏହି କ୍ୟାମେରା ଗୁଡିକୁ ତୁରନୁ କାର୍ଯ୍ୟକାରୀ କରିବା ସହ ଆହୁରି ଅଧୂକ ସ୍ଥାନରେ କ୍ୟାମେରା ଲଗାଇବାର ଆବଶ୍ୟକ‌ତା ରହିଛି । ସମସ୍ତ କାଉନ୍ସିଲର, କହିଛନ୍ତି, “ସହରରେ ଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରକାର ଅପରାଧ ସହିତ ସଡ଼କ ଦୁର୍ଘଟଣା, ଅମାନିଆ ଗାଡିଚାଳକ ଆଦି ସମସ୍ୟା ସୃଷ୍ଟି କରୁଛନ୍ତି । ତେଣୁ ଏ ସବୁକୁ ରୋକିବା ଦିଗରେ ପୌରପାଳିକା ଏକ ଭଲ ପଦକ୍ଷେ କ୍ଷେପ ନେଇଛି, ଯାହାକୁ ଆମେ ସ୍ବାଗତ କରୁଛୁ ।”