ରାୟଗଡ ଜ଼ିଲ୍ଲା ଠିକାଦାର ସଙ୍ଘ ର ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ ଜ଼ିଲ୍ଲା ଠିକାଦାର ସଙ୍ଘ ର ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ ଜ଼ିଲ୍ଲା ଠିକାଦାର ସଙ୍ଘ ର ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ(ଅମୁଲ୍ୟ ନିଶଙ୍କ ) ରାୟଗଡ ଜ଼ିଲ୍ଲା ର ସମସ୍ତ ଠିକାଦାର ମାନଙ୍କୁ ନେଇ ଏକ ସାଧାରଣ ବୈଠକ ତଥା ନୂତନ ବର୍ଷ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଲାଇନ୍ସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଜ଼ିଲ୍ଲା ରୁ ଆସିଥିବା ଠିକାଦାର ମାନେ ସେମାନଙ୍କର ସୁବିଧା ଅସୁବିଧା ମାନେ ଜଣାଇଥିଲେ l

ସରକାର କାମ କୁ ଟେଣ୍ଡର ମାଧ୍ୟମରେ ରେ ନେଇ ମଧ୍ୟ ଠିକାଦାର କିପରି ବିଭିନ୍ନ ସମୟ ରେ ଅସୁବିଧା ହେଉଛି ସେଇ ବିଷୟ କେତକ ଠିକାଦାର କହିଥିଲେ l ଏହି ଜ଼ିଲ୍ଲା ର ଠିକାଦାର ମାନେ ସରକାର ଙ୍କ ନିର୍ଦ୍ଧାରିତ ନିୟମ ମୁତାବକ କାମ କରି ମଧ୍ୟ୍ୟ ଆଗକୁ ଉହିପାରୁନାହାନ୍ତି କିନ୍ତୁ ଜ଼ିଲ୍ଲା ବାହାରୁ ଯେଉଁ ଠିକାଦାର ମାନେ ସମ୍ପୃକ୍ତ ବିଭାଗ ର ଯନ୍ତ୍ରୀ ମାନେ ଠିକାଦାର କୁ ଆଣି କାମ ଦେଇ ମାଲାମାଲ କରାଉଛନ୍ତି କିନ୍ତୁ ଜ଼ିଲ୍ଲା ର ଠିକାଦାର ଯେଉଁ ଅବସ୍ଥାରେ ରହିଛି ସେଇଠି ହିଁ ରହିଛି ବୋଲି କେତେକ ଠିକାଦାର ମତରଖିଥିଲେ l 15% କମ ରେ ଠିକାଦାର ମାନେ ଟେଣ୍ଡର ପକାଇ ଲଟେରୀ ମାଧ୍ୟମରେ ଠିକା କାମ ନେଇଥାନ୍ତି ଏହି 15% ଟଙ୍କା ସରକାର ଙ୍କ ପାଖରେ ଜମାହେଉଛି ଏହା ନ କରି ସରକାର ଯେଉଁ କାମ ନିମନ୍ତେ ଯେତେ ଟଙ୍କା ନିର୍ଧାରିତ କରିଛନ୍ତି ସେହି ନିର୍ଧାରିତ ରେଟ ରେ ସମସ୍ତ ଠିକାଦାର ଟେଣ୍ଡର ପେପର ଢ଼ାଳିବା ନିମନ୍ତେ ଜ଼ିଲ୍ଲା ର ସମସ୍ତ ଠିକାଦାର ନିଷ୍ପତି ନେଇଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ରେ ଠିକାଦାର ରୁଦ୍ର ପ୍ରସାଦ ପାଣିଗ୍ରାହୀ, ସତ୍ୟ ପାଢ଼ୀ ରବୀନ୍ଦ୍ର ମହାରଣା, ସୁରେନ୍ଦ୍ର ମହାରଣା, ମନୋଜ ଚୌଧୁରୀ ମୁନା,, ରଞ୍ଜନ ପରିଡା, ସତ୍ୟବାଦୀ ପତି, ସୁଶାନ୍ତ ମହାରଣା ମୁନା ମିଶ୍ର, ନିରଞ୍ଜନ ପାଢ଼ୀ, ସିମାଞ୍ଚଲ ନିମଲପୁରୀ, ଗୌର ସାହୁ, ଆଗୁଲୁ ପାତ୍ର, ଚିତ୍ରସେନସୁନା ଙ୍କ ସମତେ 200 ରୁ ଉର୍ଦ୍ଧ ଠିକାଦାର ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ପ୍ରଥମ କରି ଏହି ଠିକାଦାର ଙ୍କ ବୈଠକ ହୋଇଥିବା ରୁ ସମସ୍ତେ ଖୁଶୀ ହୋଇଥିବା ର ପରିଲିକ୍ଷିତ ହୋଇଥିଲା l ଆଉ ଅଳ୍ପ ଦିନ ରେ ସଂଘ ର ଏକ ବୈଠକ ଡାକି ସଂଘ କାର୍ଯ୍ୟକର୍ତ୍ତା ଚୟନ କରାଯିବ ବୋଲି ନିଷ୍ପତି ହୋଇଛି l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ